ବାରହା ଫାଶରେ ପଡି ଯୁବକ ମୃତ

ଝାରସୁଗୁଡ଼ା: ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ମୂତ୍ୟୁବରଣ କରିଛନ୍ତି। ଯୁବକ ଜଣକ ହେଲେ ବେଲପାହାଡ ଅଧିନସ୍ଥ କନକତୋରା ଫରେଷ୍ଟ ସେକ୍ସସନ ଅଞ୍ଚଳର ଲୁହାବଗା ଗାଁର ଉଦ୍ଧବ ମେହେର ଙ୍କ ୨୧ ବର୍ଷ ର ପୁଅ ଭୂଦେଵ ମେହେର ବୋଲି ଜଣାପଡିଛି ।

ସୂଚନା ମତେ ଗତକାଲି ସନ୍ଧ୍ୟା ସମୟରେ ଭୂଦେଵ ନିଜ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ରାତି ୧୦ ଟା ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ । ରାତି ପ୍ରାୟ ୧୨ ଟା ଭୂଦେଵ କୁ ଫୋନ କରିବାରୁ ଫୋନ ରିଙ୍ଗକୁ ଅନୁସରରଣ କରି ତାଙ୍କ ଘର ପଛପଟେ ପ୍ରାୟ ଦୁଇଶହ ମିଟର ଦୂରରେ ସେ ମୃତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ପୋଲିସ କୁ ସୂଚନା ଦେବାପରେ ପୁଲିସ ଘଟଣା ସ୍ଥଳକୁ ପହଞ୍ଚିଥିଲେ ।

Comments are closed.