ରାଜ୍ୟରେ ଆଉ ୧୫୧ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୧୫୧ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୮୯ ଓ ସ୍ଥାନୀୟ ଅଞ୍ଚଳରୁ ୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ପଜିଟିଭଙ୍କ ମଧ୍ୟରେ ୧୨ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସର ପିଲା ।
ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୩, ସୁନ୍ଦରଗଡରୁ ୧୫, ପୁରୀରୁ ୧୦, ସମ୍ବଲପୁରରୁ ୬, କୋରାପୁଟରୁ ୬, ଯାଜପୁରରୁ ୬, କଟକରୁ ୬, ଗଞ୍ଜାମରୁ ୩, ମୟୂରଭଞ୍ଜରୁ ୩, ଗଜପତିରୁ ୨, ଢେଙ୍କାନାଳରୁ ୨, ଝାରସୁଗୁଡାରୁ ୨, କେନ୍ଦ୍ରାପଡାରୁ ୨, ରାୟଗଡାରୁ ୨, ସୋନପୁରରୁ ୧, କେନ୍ଦୁଝରରୁ ୧, ନୟାଗଡରୁ ୧, ଅନୁଗୁଳରୁ ୧, ବରଗଡରୁ ୧, ଭଦ୍ରକରୁ ୧, ବଲାଙ୍ଗିରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୯ଟି ଜିଲ୍ଲାରୁ କୋରୋନା ପଜିଟିଭର କୌଣସି ମାମଲା ଚିହ୍ନଟ ହୋଇ ନ ଥିବା ବେଳେ ଷ୍ଟେଟ ପୁଲରୁ ୧୬ଟି ମାମଲା ରିପୋର୍ଟ ହୋଇଛି ।

ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୫୦ ହଜାର ୫୦୫ କୋରୋନାରେ ସଂକ୍ରମିତ ହୋଇସାରିଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୧୦ ଲକ୍ଷ ୩୯ ହଜାର ୯୨୧ ସୁସ୍ଥ ହୋଇସାରିଛନ୍ତି । ୨ ହଜାର ୧୦୭ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.