ଗୁଣ୍ଡୁଚିମୂଷା କାର୍ଯ୍ୟକ୍ରମ ଉପରେ ସଚେତନତା

ସମ୍ବଲପୁର: ଯୁବ ସ୍ବେଚ୍ଛାସେବୀଙ୍କ ନେତୃତ୍ବରେ ଶିଶୁ ଅଧିକାରକୁ ସୁନିଶ୍ଚିତ କରିବା ତଥା ଗ୍ରାମର ବିକାଶ ପ୍ରକ୍ରିୟାରେ ଯୁବଗୋଷ୍ଠୀଙ୍କ ଭାଗିଦାରୀକୁ ସୁନିଶ୍ଚିତ କରି ଉନ୍ନତି ଆଣିବା ଗୁଣ୍ଡୁଚିମୁଷା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ ଅନ୍ତର୍ଗତ ବିରସିଂଗଡ , ଝାଙ୍କରପାଲି , ଘେନୁପାଲି ଓ ନୁଆଁବରଙ୍ଗାମାଲ ପଞ୍ଚାୟତର ୧୩ ଟି ଗ୍ରାମରେ ଗାଁର ସ୍ଵେଚ୍ଛାସେବୀ ଓ ପତଙ୍ଗ କର୍ମୀ ମାନଙ୍କ ଦ୍ବାରା ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଗତ ୭ ଡିସେମ୍ବରରୁ ଆରମ୍ଭ ହୋଇ ୧୧ ଡିସେମ୍ବରରେ ଗ୍ରାମ ଗ୍ରାମ ବୁଲି ଜନ ସଚେତନତା କରାଯାଇଛି । ଏଥୁରେ ଶିକ୍ଷା , ଶିଶୁର ଭାଗିଦାରୀ , ଶିଶୁ ବିକାଶ ଅଧିକାର , ଶିଶୁର ସୁରକ୍ଷା ପ୍ରତି ବାଧା ସୃଷ୍ଟି କରୁଥିବା ବିଭିନ୍ନ ସମସ୍ୟା ଯଥା ଜାତିଆଣ ଭେଦଭାବ , ବାଲ୍ୟ ବିବାହ ଉପରେ ଗ୍ରାମବାସୀ ତଥା ଯୁବ ଗୋଷ୍ଠୀଙ୍କୁ ସଚେତନ କରା ଯାଇଥିଲା । କରୋନା ମହାମାରୀ କିପରି ଶିଶୁ ମାନଙ୍କୁ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ କରିବା ସହ ଲିଙ୍ଗଗତ ଭେଦଭାବ ପାଇଁ କିପରି ବାଧ୍ୟ କରିଛି ସେ ଉପରେ ମଧ୍ୟ ବୁଝାଯାଇଥିଲା । ଶିଶୁ ମାନେ ତାଙ୍କର ଅଧିକାର କିପରି ପାଇପାରିବେ ସେ ଦିଗରେ ଯୁବଗୋଷ୍ଠୀ ତଥା ଗ୍ରାମବାସୀ କିପରି ସାମିଲ ହୋଇପାରିବେ ଓ କାର୍ଯ୍ୟପନ୍ଥା ହାତକୁ ନେବେ ସେ ନେଇ ମତ ରଖୁଥିଲେ । ଏହି ଅବସରରେ ସ୍ବେଛାସେବୀ ଚୟନ ପାଇଁ ଆବେଦନ ଫର୍ମ ବଣ୍ଟନ କରାଯାଇଛି ।।

Comments are closed.