ସାମାନ୍ୟ କଳିରୁ ଏସିଡ ମାସରେ ୫ ଗୁରୁତର

ବରଗଡ : ବରଗଡ଼ ସହରରେ ଆଜି ସାମାନ୍ୟ କଳି ଉଗ୍ର ରୂପ ନେଇଛି । ଦୁଇ ଭାଇଙ୍କ ଗଣ୍ଡଗୋଳକୁ କେନ୍ଦ୍ର କରି ଜଣେ ଭାଇର ଏସିଡ୍ ମାଡରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ବରଗଡ଼ ପୌର ପରିଷଦ ଅଧୀନ ୧୧ ନଂ ୱାର୍ଡ ନୂଆପଡ଼ାରେ ତୁମୁଳକାଣ୍ଡ । ସାମାନ୍ୟ କଳିକୁ କେନ୍ଦ୍ର କରି ଏସିଡ୍ ମାଡ଼ ହୋଇଛି । ଏଥିରେ ୫ ଜଣ ଗୁରୁତର ହୋଇଛନ୍ତି । ଏମାନେ ହେଲେ ହରିହର ଭୋଇ ( ୩୦ ) , ମନୋଜ ସାନି ( ୩୦ ) , ପବନ ସାନି , ଗୀତା ଦେବୀ ( ୪୦ ) ଏବଂ ପିଙ୍କୁ ଶର୍ମା ( ୩୬ ) । ପବନ ଏବଂ ମନୋଜ ଦୁଇ ଭାଇ ବୋଲି ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ସନ୍ଧ୍ୟାରେ କୌଣସି କଥାକୁ ନେଇ ଗଣ୍ଡଗୋଳ ହେଉଥିଲା । ଏହି ସମୟରେ ପଡ଼ୋଶୀ ଲୋକେ ସମାଧାନ ପାଇଁ ସେଠାରେ ପହଞ୍ଚିବା ମାତ୍ରେ ପବନ ଏସିଡ୍ ମାଡ଼ କରିଥିଲା । ଏଥିରେ ଉକ୍ତ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ବରଗଡ଼ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ଭିମସାର୍ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ପବନଙ୍କୁ ପୋଲିସ ଟାଉନ ଥାନାରେ ଅଟକ ରଖିଥିବା ସୂଚନା ଦେଇଛି ।

Comments are closed.