ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ

ସମ୍ବଲପୁର : ବିଶିଷ୍ଟ ଗୀତିକାର ତଥା ରଙ୍ଗବତୀର ସ୍ରଷ୍ଟା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ । ଆଜି ସନ୍ଧ୍ୟାରେ ସେ ନିଜ ଗାଁ କୁଚିଣ୍ଡା ଉପଖଣ୍ଡର ରଙ୍ଗବତୀ ବିଲୁଙ୍ଗରେ ଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ କୁଚିଣ୍ଡା ଡାକ୍ତରଖାନା ଅଣାଯାଇଥିଲା । ସେଠାରେ ତାଙ୍କ ଇସିଜି ପରୀକ୍ଷା ପରେ ବୁର୍ଲା ମେଡିକାଲକୁ ପଠାଇ ଦିଆଯାଇଛି । ଭିମସାରରେ ତାଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରାଯାଇଛି । ଗତ ମାସ ୮ ତାରିଖରେ ସେ ରାଷ୍ଟ୍ରପତିଙ୍କ ଠାରୁ ବର୍ଷ ୨୦୨୦ର ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରି ଫେରିଥିଲେ । ମାର୍ଚ୍ଚ ୧୭ , ୧୯୪୨ରେ ବିଲୁଙ୍ଗରେ ଜନ୍ମିତ ମିତ୍ରଭାନୁ ପିଲାଟି ଦିନରୁ ଗୀତି କବିତା , ଗୀତିନାଟ୍ୟ ରଚନା ସହିତ କବିତା ଲେଖନୀରେ ନିଜକୁ ଉତ୍ସର୍ଗୀକୃତ କରି ଆସିଛନ୍ତି । ସତୁରୀ ଦଶକରେ ତାଙ୍କର ଲିଖିତ ରଙ୍ଗବତୀ ଗୀତ ପ୍ରସିଦ୍ଧିର ସବୁ ସୀମା ଅତିକ୍ରମ କରିସାରିଛି ।

Comments are closed.