ଚିନ୍ତା ବଢ଼ାଇଲା କୋଭିଡ ଟାସ୍କ ଫୋର୍ସ ମୁଖ୍ୟଙ୍କ ବୟାନ, ଓମିକ୍ରନ୍ ଉପରେ ପ୍ରଭାବହୀନ ହୋଇପାରେ ଟିକା

ନୂଆଦିଲ୍ଲୀ: ଓମିକ୍ରନ୍‌ର ବିପଦ ମଧ୍ୟରେ ଟିକାକରଣ ଉପରେ ସର୍ବାଧିକ ଧ୍ୟାନ ଦିଆଯାଉଥିବା ବେଳେ କୋଭିଡ ଟାସ୍କ ଫୋର୍ସ ମୁଖ୍ୟ ତଥା ନୀତି ଆୟୋଗର ସଦସ୍ୟ ଡ.ଭିକେ ପଲଙ୍କ ମନ୍ତବ୍ୟ ଚିନ୍ତା ବଢ଼ାଇଛି । ଭିକେ ପଲ ମଙ୍ଗଳବାର କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିରେ ଆମର କରୋନା ଟିକା ପ୍ରଭାବହୀନ ହେବାର ସମ୍ଭାବନା ଅଛି।

ଭି.କେ ପାଲ କହିଛନ୍ତି, ଓମିକ୍ରନ୍ ଉପରେ ଆମ ଟିକା ପ୍ରଭାବହୀନ ହୋଇପାରେ ବୋଲି ଏକ ଦୃଢ ସମ୍ଭାବନା ରହିଛି। ତେଣୁ କରୋନାର ନୂଆ ଭାରିଆଣ୍ଟର ମୁକାବିଲା କରିବା ପାଇଁ ଏକଜୁଟ ହେବା ଏବଂ ଏକ ଟିକା ତିଆରି କରିବାର ଆବଶ୍ୟକତା ଅଛି | ଔଷଧ ଓ ଟିକା ବିକାଶରେ ଏକ ଠୋସ୍ ଆଭିମୁଖ୍ୟର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଖବର ଅନୁଯାୟୀ, ପଲ କହିଛନ୍ତି ଯେ ବର୍ତ୍ତମାନ ଟିକା ଯେପରି ବିଶ୍ଵର ସବୁ ଜାଗାରେ ପହଞ୍ଚିବ ଏବଂ କେହି ଯେପରି ପଛରେ ନ ପଡିଯିବେ ତାହା ନିଶ୍ଚିତ କରିବା ହେଉଛି ପ୍ରାଥମିକତା। ମହାମାରୀର ମୁକାବିଲା ପାଇଁ ବିଜ୍ଞାନରେ ନିବେଶ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ପାଲ୍ ସିଆଇଆଇ ପାର୍ଟନରଶିପ ଶିଖର ସମ୍ମିଳନୀକୁ ସମ୍ବୋଧନ କରି ଏପରି କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଭାରତରେ ଓମିକ୍ରନ୍ ମାମଲା ବର୍ତ୍ତମାନ ୬୧କୁ ବୃଦ୍ଧି ପାଇଛି। ଏହା ବ୍ରିଟେନରେ ମଧ୍ୟ ଦ୍ରୁତ ଗତିରେ ବ୍ୟାପୁଛି | ବ୍ରିଟେନ ଚଳିତ ବର୍ଷ ଜାନୁଆରୀରୁ ସର୍ବାଧିକ କୋଭିଡ ମାମଲା ରେକର୍ଡ କରିଛି। କେବଳ ବ୍ରିଟେନରେଓମିକ୍ରନ୍ ଭାରିଆଣ୍ଟର ୫ ହଜାର ମାମଲା ରହିଛି |

Comments are closed.