ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ରାହୁଲ ହେବେ ଉପଅଧିନାୟକ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତର ଉପଅଧିନାୟକ କିଏ ହେବ ସେନେଇ ଚାଲିଥିବା ସସପେନ୍ସ ଦୂର ହୋଇଛି। ଆହତ ରୋହିତ ଶର୍ମାଙ୍କ ସ୍ଥାନରେ ଟେଷ୍ଟ ସିରିଜରେ କେଏଲ ରାହୁଲ ଉପଅଧିନାୟକ ଭାବେ ଦାୟିତ୍ଵ ତୁଲାଇବେ। ବିସିସିଆଇ ଏହା ସ୍ପଷ୍ଟ କରିଛି । ମୁମ୍ବାଇରେ ଦଳର ନେଟ୍ ପ୍ରାକ୍ଟିସ୍ ସମୟରେ ରୋହିତଙ୍କ ବାମ ଗୋଡ଼ରେ ମାଂସପେଶୀ ଟାଣି ହୋଇଯାଇଥିଲା । ଏହାଛଡ଼ା ତାଙ୍କ ହାତରେ ଆଘାତ ଲାଗିଥିଲା। ରୋହିତଙ୍କ ସ୍ଥାନରେ ପ୍ରିୟଙ୍କା ପଞ୍ଚଲ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି ।

Comments are closed.