ରାଜ୍ୟରେ ଦୁଇ ଓମିକ୍ରନ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର, ଆତଙ୍କିତ ନ ହୋଇ ସତର୍କ ରହିବାକୁ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ଓଡିଶାରେ ଚିହ୍ନଟ ହୋଇଥିବା ଦୁଇ ଓମିକ୍ରନ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି । ତେବେ,ଓମିକ୍ରନ ଚିହ୍ନଟ ହେବା ନେଇ ଆତଙ୍କିତ ହେବାର କାରଣ ନାହିଁ ବୋଲି ସେ କହିଛନ୍ତି । ଆମକୁ ସତର୍କ ରହିବାକୁ ହେବ ବୋଲି ସେ କହିଛନ୍ତି । ଦୁଇ ଆକ୍ରାନ୍ତ ବିଦେଶରୁ ଆସିବା ପରେ ଆଇସୋଲେସନରେ ଥିଲେ । ଉଭୟଙ୍କ କଂଟ୍ରାକ୍ଟ ଟ୍ରେସିଂରୁ ଜଣାପଡିଛି ଯେ, ଜଣେ ୧୧ ଜଣଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଅନ୍ୟ ଜଣେ ୧୦ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେମାନଙ୍କ ଉପରେ ନଜ ରଖାଯାଇଛି । ଜଣେ ଆକ୍ରାନ୍ତଙ୍କର ଲକ୍ଷଣ ନ ଥିବା ବେଳେ ଆଉ ଜଣଙ୍କଠାରେ ସ୍ୱଳ୍ପ ଲକ୍ଷଣ ଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ନଭେମ୍ବର ୨୧ ପରଠାରୁ ୮ ହଜାର ୮ ଶହରୁ ଅଧିକ ଯାତ୍ରୀ ବିଦେଶରୁ ଆସିଥିଲେ । ପାଖାପାଖି ୧୬ ଶହ ଯାତ୍ରୀ ଆଟ୍ ରିସ୍କ ଦେଶରୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ୧୨ ଜଣ ଆରଟିପିସିଆର ପଜିଟିଭ ହୋଇଥିଲେ । ପ୍ରଥମ ପର୍ଯ୍ୟାୟରେ ୪ ପଜିଟିଭ ନମୁନା ଜିନମ ସିକ୍ୱେନସିଂରୁ ଓମିକ୍ରନ ବାହାରି ନ ଥିଲା । ଦ୍ୱିତୀୟ ପର୍ଯ୍ୟାୟ ଜିନମ ସିକ୍ୱେନସିଂ ରୁ ୨ଜଣ ଓମିକ୍ରନ ଚିହ୍ନଟ ହୋଇଥିବା ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

Comments are closed.