ଓଏଭି ପ୍ରବେଶିକା ପରୀକ୍ଷାର ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର- ଫେବ୍ରୁଆରୀ ୧୮ ତାରିଖରେ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟ-ଓଏଭିଗୁଡିକରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ହେବ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନେ ଜାନୁଆରୀ ୧୯ ତାରିଖ ମଧ୍ୟରେ www.bseodisha.ac.in ୱେବସାଇଟରେ ଆବେଦନ କରିପାରିବେ । ଷଷ୍ଠ ଶ୍ରେଣୀରେ ସିଧାସଳଖ ନାମଲେଖା ଓ ସପ୍ତମ, ଅଷ୍ଟମ, ନବମ ଶ୍ରେଣୀରେ ଲାଟେରାଲ ଏଂଟ୍ରିରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ହେବ । ପ୍ରବେଶିକା ପରୀକ୍ଷାର ଅବଧି ଦୁଇ ଘଣ୍ଟା ରହିବ । ସକାଳ ୧୦ଟାରୁ ୧୨ଟା ଯାଏଁ ପରୀକ୍ଷା ଚାଲିବ । ପ୍ରଶ୍ନଗୁଡିକରେ ମଲଟିପଲ୍ ଚଏସ ରହିବ । ଓଏମଆର ଉତ୍ତର ଖାତାରେ ପରୀକ୍ଷାର୍ଥୀ ଉତ୍ତର ଲେଖିବେ ।

Comments are closed.