ବ୍ରିଟେନରେ କରୋନା ପୁଣି ଅଣାୟତ୍ତ, ୨୪ ଘଣ୍ଟାରେ ଆସିଲା ରେକର୍ଡ ୧୨୨,୧୮୬ ମାମଲା

ଲଣ୍ଡନ: ବ୍ରିଟେନରେ କରୋନା‌ ସଂକ୍ରମଣ ପୁଣି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଜାତୀୟ ସ୍ୱାସ୍ଥ୍ୟ ସେବା ସଂଗଠନ (ଏନ୍ଏଚ୍ଏସ୍) ଜାରି କରିଥିବା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ବ୍ରିଟେନରେ ରେକର୍ଡ ୧୨୨,୧୮୬ କରୋନା ମାମଲା ରିପୋର୍ଟ ହୋଇଛି । କୋଭିଡ ଯୋଗୁଁ ଆଉ ୧୩୭ ଜଣ ପ୍ରାଣ ହରାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ବ୍ରିଟେନ ସମେତ ୟୁରୋପର ଅଧିକାଂଶ ଦେଶ କୋଭିଡର ଏକ ଭୟଙ୍କର ଲହରୀର ସମ୍ମୁଖୀନ ହେଉଛନ୍ତି। ବ୍ରିଟେନ ବି ଏଥିରୁ ବାଦ୍ ପଡ଼ିନାହିଁ। ସ୍ଥିତି ଏପରି ହୋଇଛି ଯେ ଆଜି କୋଭିଡର ସମସ୍ତ ରେକର୍ଡ ଭାଙ୍ଗିଛି । ଏପର୍ଯ୍ୟନ୍ତ ସର୍ବାଧିକ ସଂଖ୍ୟକ କୋଭିଡ ମାମଲା ପଞ୍ଜିକୃତ ହୋଇଛି। ବଡ଼ଦିନ ଏବଂ ନୂତନ ବର୍ଷ ପାଇଁ ପ୍ରସ୍ତୁତି ମଧ୍ୟରେ ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗ କୋଭିଡ୍ ମମାଲାରେ ରେକର୍ଡ ବୃଦ୍ଧି ପଞ୍ଜିକରଣ କରିଛି |

ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, କୋଭିଡର ନୂତନ ଓମିକ୍ରନ୍ ଭାରିଆଣ୍ଟ ଯୋଗୁଁ ଏକ ସପ୍ତାହରେ ପ୍ରାୟ ୪୮ ପ୍ରତିଶତ ବୃଦ୍ଧି ଘଟିଛି। ତଥ୍ୟ ଅନୁଯାୟୀ, ଗତ ଏକ ସପ୍ତାହ ମଧ୍ୟରେ ବ୍ରିଟେନରେ ୭ ଲକ୍ଷରୁ ଅଧିକ ଲୋକ କୋଭିଡ ପଜିଟିଭ ଥିବା ଜଣାପଡିଛି। ଏଥିସହିତ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ବ୍ରିଟେନରେ ହସ୍ପିଟାଲରେ ଭର୍ତ୍ତି ହାର ୮% ବୃଦ୍ଧି ପାଇଛି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୧୭୧ କୋଭିଡ ମାମଲା ରେକର୍ଡ କରାଯାଇଛି ।

Comments are closed.