କରୋନା ଅପଡେଟ୍: ଦିନକରେ ୧୫୬ ଓମିକ୍ରନ୍ ରୋଗୀ ଚିହ୍ନଟ, ମୋଟ ମାମଲା ୫୭୮କୁ ବୃଦ୍ଧି

ନୂଆଦିଲ୍ଲୀ : ଭାରତରେ ଗୋଟିଏ ଦିନରେ ଓମିକ୍ରନର ସର୍ବାଧିକ ୧୫୬ଟି ମାମଲା ରିପୋର୍ଟ ହୋଇଛି ଏବଂ ଏହା ସହିତ ଦେଶରେ କରୋନାର ଏହି ନୂଆ ଭାରିଆଣ୍ଟ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୫୭୮କୁ ବୃଦ୍ଧି ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଜାରି ତଥ୍ୟରେ କହିଛି ଯେ ଓମିକ୍ରନ୍ ସଂକ୍ରମିତ ୫୭୮ ଜଣଙ୍କ ମଧ୍ୟରୁ ୧୫୧ ଜଣ ସୁସ୍ଥ ହୋଇଛନ୍ତି କିମ୍ବା ବିଦେଶ ଫେରିଛନ୍ତି।

ଓମିକ୍ରନ୍ ସଂକ୍ରମଣର ଏହି ଘଟଣା ୧୯ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ରିପୋର୍ଟ କରାଯାଇଛି । ଦିଲ୍ଲୀର ସର୍ବାଧିକ ୧୪୨ ମାମଲା ରିପୋର୍ଟ ରହିଛି । ତା’ପରେ ମହାରାଷ୍ଟ୍ରରେ ୧୪୧, କେରଳରେ ୫୭, ଗୁଜୁରାଟରେ ୪୯, ରାଜସ୍ଥାନରେ ୪୩ ଏବଂ ତେଲେଙ୍ଗାନାରେ ୪୧ ଜଣ ଓମିକ୍ରନ୍ ରୋଗୀ ଅଛନ୍ତି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ୬,୫୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ କରୋନା ସଂକ୍ରମିତ ସଂଖ୍ୟା ୩,୪୭,୯୩,୩୩୩ କୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୫,୮୪୧ କୁ ଖସି ଆସିଛି। କରୋନା ଯୋଗୁଁ ଦିନକରେ ଆଉ ୩୧୫ ରୋଗୀଙ୍କ ମୃତ୍ୟୁ ହୋଇଛି । ଫଳରେ ଏହି ମହାମାରୀ ଜନିତ ମୃତ୍ୟୁ ସଂଖ୍ୟା ୪,୭୯,୯୯୭କୁ ବୃଦ୍ଧି ପାଇଛି।

Comments are closed.