୨୦୦୭ ଜାନୁଆରୀ ପହିଲାରୁ ଜନ୍ମିତ କିଶୋରମାନେ ହିଁ ଟିକା ପାଇଁ ଯୋଗ୍ୟ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର-୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ଯେ, ଯେଉଁମାନେ ୨୦୦୭ ଜାନୁଆରୀ ୧ ପୂର୍ବରୁ ଜନ୍ମ ହୋଇଥିବେ, ସେମାନେ ଟିକା ନେବା ପାଇଁ ଯୋଗ୍ୟ ହେବେ । ଟିକା ନେବା ପାଇଁ ଅନଲାଇନ ଓ ଅନସାଇଟ ପଂଜିକରଣ କରିପାରିବେ ।

ଟିକାକରଣ ପାଇଁ ଦୁଇ ପ୍ରକାରର ବ୍ୟବସ୍ଥା କରାଯିବ । ପରିସ୍ଥିତି ଅନୁଯାୟୀ କିଶୋରଙ୍କ ଟିକାକରଣ ଲାଗି ସ୍ଥାନ ଚିହ୍ନଟ ହେବ । କିଶୋରଙ୍କ ପାଇଁ ଅଲଗା ସ୍ଥାନ ସୁବିଧା ନ ହେଲେ ବର୍ତ୍ତମାନ ଟିକାକରଣ ଚାଲିଥିବା ସ୍ଥାନରେ ସେମାନଙ୍କ ପାଇଁ ଅଲଗା ଲାଇନ ହେବ । କିଶୋରଙ୍କ ଟିକା କ୍ଷେତ୍ରରେ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ୨୮ ଦିନ ବ୍ୟବଧାନ ରହିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Comments are closed.