‘ଆଇସିସି ଟେଷ୍ଟ କ୍ରିକେଟର୍ ଅଫ୍ ଦି ଇୟର’ ପୁୁରସ୍କାର ଦୌଡ଼ରେ ଅଶ୍ୱିନ

ଦୁବାଇ: ‘ଆଇସିସି ଟେଷ୍ଟ କ୍ରିକେଟର୍ ଅଫ୍ ଆୱାର୍ଡ’ ପାଇଁ ଭାରତୀୟ ଦଳର ଷ୍ଟାର୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ମନୋନୀତ କରାଯାଇଛି। ଚଳିତ ବର୍ଷ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇ ଅଶ୍ୱିନ୍ ବ୍ୟାଟ୍ସମ୍ୟାନଙ୍କ ପାଇଁ ଆତଙ୍କ ସୃଷ୍ଟି କରିଛନ୍ତି। ଆଇସିସି ସୂଚନା ଅନୁଯାୟୀ ଏହି ପୁରସ୍କାର ପାଇଁ ଅଶ୍ବିନଙ୍କ ସମେତ ମୋଟ ୪ ଖେଳାଳିଙ୍କୁ ମନୋନୀତ କରାଯାଇଛି। ଏହି ଚାରିଜଣ ଖେଳାଳି ଚଳିତ ବର୍ଷ ଟେଷ୍ଟ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି ଚର୍ଚ୍ଚାରେ ରହିଛନ୍ତି।

ଏକ ବର୍ଷ ମଧ୍ୟରେ ଟେଷ୍ଟ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଏହି ଆଇସିସି ପୁରସ୍କାର ପ୍ରଦାନ କରାଯାଇଛି | ରବିଚନ୍ଦ୍ରନ୍ ଅଶ୍ୱିନ୍, ଜୋ ରୁଟ୍, କାଇଲ୍ ଜାମିସନ୍ ଏବଂ ଦିମୁଥ୍ କରୁଣାତ୍ନେ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିଛନ୍ତି। ଚାଲନ୍ତୁ ଏହି ଖେଳାଳିମାନଙ୍କର ପ୍ରଦର୍ଶନ ଉପରେ ନଜର ପକାଇବା |

ଚଳିତ ବର୍ଷ ଟେଷ୍ଟ କ୍ରିକେଟରେ ରବିଚନ୍ଦ୍ରନ ଅଶ୍ୱିନ ସର୍ବାଧିକ ୱିକେଟ୍ ନେଇଛନ୍ତି। ସେ ଏପର୍ଯ୍ୟନ୍ତ ଆଠଟି ମ୍ୟାଚ୍‌ରେ ୫୨ ୱିକେଟ୍ ନେଇଛନ୍ତି। ସେ ମଧ୍ୟ ୩୩୭ ରନ୍ ଯୋଗଦାନ କରିଛନ୍ତି, ଯେଉଁଥିରେ ଏକ ଶତକ ରହିଛି | ନ୍ୟୁଜିଲାଣ୍ଡ ବିପକ୍ଷ ଗତ ସିରିଜରେ ଅଶ୍ୱିନ ୨ଟି ମ୍ୟାଚରୁ ୧୪ ୱିକେଟ୍ ନେଇଥିଲେ। ସେ ଦକ୍ଷିଣ ଆଫ୍ରିକାରେ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।

ଚଳିତ ବର୍ଷ ଟେଷ୍ଟ କ୍ରିକେଟରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ସର୍ବାଧିକ ରନ୍ ସ୍କୋର କରିଛନ୍ତି। ସେ ଏପର୍ଯ୍ୟନ୍ତ ୬ଟି ଶତକ ସହିତ ୧୫ ଟି ଟେଷ୍ଟ ମ୍ୟାଚରେ ୧୭୦୮ ରନ୍ ସଂଗ୍ରହ କରିଛନ୍ତି | ରୁଟ୍ ହେଉଛନ୍ତି ତୃତୀୟ ଖେଳାଳି ଯିଏକି ଏକ କ୍ୟାଲେଣ୍ଡର ବର୍ଷରେ ୧୭୦୦ରୁ ଅଧିକ ରନ୍ ସ୍କୋର କରିଛନ୍ତି | ଏହି କ୍ରମରେ ପାକିସ୍ତାନର ପୂର୍ବତନ ବ୍ୟାଟ୍ସମ୍ୟାନ୍ ମହମ୍ମଦ ୟୁସୁଫ ଏକ ନମ୍ବରରେ ଏବଂ ଓ୍ବେଷ୍ଟଇଣ୍ଡିଜ୍ କିମ୍ବଦନ୍ତୀ ଭିଭିଆନ୍ ରିଚାର୍ଡସ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ଚଳିତ ବର୍ଷ ଟେଷ୍ଟ କ୍ରିକେଟରେ ନ୍ୟୁଜିଲାଣ୍ଡର ଖେଳାଳି କାଇଲ ଜାମିସନଙ୍କ ପ୍ରଦର୍ଶନ ମଧ୍ୟ ବହୁତ ଭଲ ହୋଇଛି। ସେ ପାଞ୍ଚଟି ମ୍ୟାଚରେ ୨୭ ୱିକେଟ୍ ନେଇଛନ୍ତି। ବ୍ୟାଟିଂରେ ମଧ୍ୟ ତାଙ୍କର ୧୦୪ ରନର ଅବଦାନ ରହିଛି ।

୨୦୨୧ ବର୍ଷ ମଧ୍ୟ ଶ୍ରୀଲଙ୍କା ଟେଷ୍ଟ ଅଧିନାୟକ ଦିମୁଥ କରୁଣାରତ୍ନେଙ୍କ ପାଇଁ ବହୁତ ସଫଳ ସାବ୍ୟସ୍ତ ହୋଇଛି | ଏପର୍ଯ୍ୟନ୍ତ ସାତୋଟି ମ୍ୟାଚରେ କରୁଣାରତ୍ନେ ୯୦୨ ରନ୍ କରିଛନ୍ତି। ଏଥିରେ ୪ଟି ଶତକ ମଧ୍ୟ ରହିଛି।

Comments are closed.