୬ ପୋଲିସ ଅଧିକାରୀଙ୍କ ଆଇଡି, ଡିଆଇଜି ପଦବୀକୁ ପଦୋନ୍ନତି

ଭୁବନେଶ୍ୱର-ତିନି ପୋଲିସ ଅଧିକାରୀଙ୍କୁ ପଦୋନ୍ନଚି ଦେଇଛନ୍ତି ରାଜ୍ୟ ସରକାର । ଆଇପିଏସ ଦୀପକ କୁମାର, ଆଶିଷ କୁମାର ସିଂହ ଓ ସତ୍ୟବ୍ରତ ଭୋଇଙ୍କୁ ଆଇଜି ପାହ୍ୟାକୁ ଉନ୍ନୀତ କରାଯାଇଛି । ଏମାନେ ସମସ୍ତେ ୨୦୦୪ ବ୍ୟାଚ୍ ଅଧିକାରୀ । ସେମାନଙ୍କୁ କେଉଁଠି ଅବସ୍ଥାପିତ କରାଯିବ. ସେ ନେଇ ଗୃହ ବିଭାଗ ନିଷ୍ପତ୍ତି ନେବ । ଏହାଛଡା କେନ୍ଦ୍ରୀୟ ଡେପୁଟେସନରେ ଥିବା ୨୦୦୪ ବ୍ୟାଚ୍ ଆଇପିଏସ ଅଫିସର ନୀତିନଜିତ ସିଂହଙ୍କ ପ୍ରୋଫର୍ମା ପ୍ରମୋସନ ପାଇଁ ଅନୁମତି ଦିଆଯାଇ ଆଇଜି ଗ୍ରେଡ୍ କୁ ଉନ୍ନୀତ କରାଯାଇଛି । ଏହାଛଡା ଆଇପିଏସ ଅଫିସର ଉମାଶଙ୍କର ଦାସ, ଆର. ପ୍ରକାଶ ଓ ସତ୍ୟଜିତ ନାୟକଙ୍କୁ ଡିଆଇଜି ପାହ୍ୟାକୁ ଉନ୍ନୀତ କରାଯାଇଛି ।

 

Comments are closed.