ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଆର ଆଣ୍ଡ ବି ଡିଭିଜନର କନିଷ୍ଠ କିରାଣୀ

ବ୍ରହ୍ମପୁର- ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ବ୍ରହ୍ମପୁର ଆର ଆଣ୍ଡ ବି ଡିଭିଜନର କନିଷ୍ଠ କିରାଣୀ ଏଲ.ଏମ ରାଜୁ ଦାସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କର ତିିନିଟି ଠିକଣାରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ଭିଜିଲାନ୍ସର ତିନିଟି ସ୍ୱତନ୍ତ୍ର ଟିମ୍ ଚଢାଉରେ ସାମିଲ ହୋଇଛନ୍ତି । ଚଢାଉରେ ୨ ଜଣ ଡିଏସପି, ୫ ଇନସପେକ୍ଟରଙ୍କ ବହୁ ଅଧିକାରୀ ସାମିଲ ହୋଇଛନ୍ତି । ଭିଡିଲାନ୍ସ ଚଢାଉ ଜାରି ରହିଛି । ଏ ବାବଦରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

Comments are closed.