କିଶୋରଙ୍କ ଟିକାକରଣ ମାସକ ମଧ୍ୟରେ ସରିବ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ ୧୫ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣକୁ ମାସକ ମଧ୍ୟରେ ଶେଷ କରାଯିବ । ଏଥିପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା କହିଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଆସନ୍ତା ୧ ତାରିଖରୁ ଅନଲାଇନ ପଂଜୀକରଣ ଆରମ୍ଭ ହେବ । ଜାନୁଆରୀ ୩ ତାରିଖରୁ କିଶୋରମାନଙ୍କ ଟିକାକରଣ ଆରମ୍ଭ ହେବ । ଏ ସଂପର୍କରେ ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସ୍ୱତନ୍ତ୍ର କ୍ୟାମ୍ପ ଦ୍ୱାରା କିଶୋରମାନଙ୍କୁ ଟିକା ଦିଆଯିବ । କେବଳ କୋଭାକ୍ସିନ ଟିକା କିଶୋରମାନଙ୍କୁ ଦିଆଯିବ । ରାଜ୍ୟରେ ପ୍ରାୟ ୧୪ ଲକ୍ଷ ଡୋଜ୍ ଟିକା ଉପଲବ୍ଧ ଅଛି । ଜାନୁଆରୀ ପହିଲା ସୁଦ୍ଧା ସବୁ ଜିଲ୍ଲାରେ ଟିକା ପହଂଚି ଯିବ ବୋଲି ସେ କହିଛନ୍ତି ।

ଜାନୁଆରୀ ୧୦ ତାରିଖରୁ ୬୦ ବର୍ଷରୁ ଅଧିକ ବୟସର ଲୋକ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରତିଷେଧମୂଳକ ଡୋଜ୍ ଦିଆଯିବ । ତେବେ,ସେମାନଙ୍କୁ କେଉଁ ଟିକା ଦିଆଯିବ, ତାହା ସ୍ପଷ୍ଟ ହୋଇନାହିଁ ।

Comments are closed.