ପଞ୍ଚାୟତ ନିର୍ବାଚନ ପରିଚାଳନା ନେଇ ଆସନ୍ତା ୧୨ରେ ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର –ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନ ପରିଚାଳନା ନେଇ ଜାନୁଆରୀ ୧୨ ତାରିଖରେ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ରାଜ୍ୟ ସରକାର ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ବୈଠକ ଡାକିଛନ୍ତି କମିଶନ । ବୈଠକରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ ଯୋଗ ଦେବେ । ପଂଚାୟତ ନିର୍ବାଚନ ଠିକ୍ ସମୟରେ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଚଳାଇଛନ୍ତି । ନିର୍ବାଚନ ପାଇଁ ଆଜି ଚିହ୍ନ ଜାରି କରାଯାଇଛି । ତେବେ ଓମିକ୍ରନ ବିପଦ ମଧ୍ୟରେ ନିର୍ବାଚନ କେମିତି କରାଯିବ, ତାହା ବଡ ଚ୍ୟାଲେଂଜ ହୋଇଛି । ହେଲେ ନିର୍ବାଚନ ବେଳେ କୋରୋନା ସ୍ଥିତିକୁ ଦେଖି ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶମର ଆଦିତ୍ୟ ପାଢୀ କହିଛନ୍ତି । ଜାନୁଆରୀ ୧୨ ତାରିଖ ବୈଠକରେ କୋଭିଡ ଓ ସୁରକ୍ଷା ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା ହେବା ସମ୍ଭାବନା ରହିଛି ।

Comments are closed.