ଜିଲ୍ଲାପାଳ, ଏସପିଙ୍କ ବିଭିନ୍ନ ଘରୋଇ ଡାକ୍ତରଖାନା ପରିଦର୍ଶନ, ବିଏସ୍‌କେୱାଇ ଯୋଜନାର କାର୍ଯ୍ୟକାରିତାର ତଦାରଖ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳ ରୂପାୟନ ନେଇ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ଆଜି ଜିଲ୍ଲା ପାଳ ଶୁଭମ ସକସେନା ଏବଂ ଏସପି ବି. ଗଙ୍ଗାଧର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ଘରୋଇ ଡାକ୍ତରଖାନା ଗୁଡିକ ବୁଲି ଦେଖିଛନ୍ତି । ଡାକ୍ତରଖାନା ର ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ପଚାରି ବୁଝିବା ସହ ଚିକିତ୍ସା, ରୋଗୀ ମାନଙ୍କ ସହ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ଏହି ଯୋଜନା ସମ୍ପର୍କରେ ପଚାରି ବୁଝିଥିଲେ । ଆଜି ଯୋଜନା କିଭଳି ସଠିକ ଭାବେ ହିତାଧିକାରୀ ପାଇବେ ସେଥିପ୍ରତି ଧ୍ୟାନ ଦେବାକୁ ଡାକ୍ତରଖାନା କତୃପକ୍ଷଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ଆଜି ଜିଲ୍ଲପାଳ ଏବଂ ଏସପି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଅମ୍ରିତା ହେଲଥ କେର, ଗୌରୀ ଶଙ୍କର ନର୍ସିଂ ହୋମ , ସମଲେଶ୍ୱରୀ ନର୍ସିଂ ହୋମ, ସୁଶରୁତା ନର୍ସିଂ ହୋମ, ଏବଂ ତ୍ରିଲୋଚନ ନେତ୍ରାଳୟ ପରିଦର୍ଶନ କଲି ସଫଳ ରୂପାୟନ ର ସମୀକ୍ଷା କରିଥିଲେ ।

ସୂଚନା ଯେ, ଅମ୍ରିତା ହେଲଥ କେର ରେ ଜଣେ, ତ୍ରିଲୋଚନ ନେତ୍ରାଳୟରେ ୨୨, ଗୌରୀ ଶଙ୍କର ନର୍ସିଂ ହୋମ ରେ ୮ ସମଲେଶ୍ୱରୀ ନର୍ସିଂ ହୋମ ରେ ୬ ଏବଂ ସୁଶରୁତା ନର୍ସିଂ ହୋମରେ ୧୧ ଜଣ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କାର୍ଡ ଧାରୀ ଚିକିତ୍ସାଧୀନ ଅଛନ୍ତି । ଆଜିର ଡାକ୍ତରଖାନା ପରିଦର୍ଶନ ରେ ଅନ୍ୟ ମାନଙ୍କ ମଧ୍ୟରେ
ସିଡ଼ିଏମଓ଼ ଏଣ୍ଡ ପିଏଚଓ଼ ଡ଼. ଭରତ ଚନ୍ଦ୍ର ଦାସ, ଡିଏମଓ଼ (ଏମଏସ ) ଡ଼ ଅଲେଖ ମହାପାତ୍ର, ଡିପିଏମ, ଏନଏଚଏମ ଡ଼. ମୌସୁମୀ ମିଶ୍ର, ଡିସି. ଏସଏଚଏଏସ ପ୍ରଜ୍ଞା ପରିମିତା ଦାସ ଏବଂ ଜିଲ୍ଲା ସୂଚନା ଓ଼ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.