ନୂଆ ବର୍ଷରେ ଅଘଟଣ: ମାତା ବୈଷ୍ଣୋ ଦେବୀ ଭବନରେ ଦଳାଚକଟା, ୧୨ ମୃତ, ୨୦ରୁ ଊର୍ଦ୍ଧ୍ବ ଆହତ

ନୂଆଦିଲ୍ଲୀ: ନୂଆ ବର୍ଷରେ ଜାମ୍ମୁ କାଶ୍ମୀର କାଟ୍ରା ସ୍ଥିତ ମାତା ବୈଷ୍ଣୋ ଦେବୀ ଭବନରେ ଅଘଟଣ ଘଟିଛି। ମାତା ବୈଷ୍ଣୋ ଦେବୀ ଭବନରେ ଦଳାଚକଟା ଘଟି ୧୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ମଧ୍ୟ ଅଛନ୍ତି। ଏଥିସହ ୨୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଘଟଣାସ୍ଥଳରେ ବର୍ତ୍ତମାନ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି | ଆହତମାନଙ୍କୁ ସ୍ଥାନୀୟ ପ୍ରଶାସନ ଦ୍ୱାରା ଉଦ୍ଧାର କରାଯାଉଛି। ତେବେ ମୋଟ ଆହତଙ୍କ ସଂଖ୍ୟା ବିଷୟରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ନାହିଁ।

ନୂଆ ବର୍ଷ ଅବସରରେ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ କରିବାକୁ ଗତକାଲିଠାରୁ ହିଁ ବହୁ ସଂଖ୍ୟକ ଲୋକ କାଟ୍ରାକୁ ଆସିଥିଲେ। ଏହି ସମୟରେ ଭିଡ଼ ମଧ୍ୟରେ ଧସ୍ତାଧସ୍ତି ହେବା ପରେ ଦଳାଚକଟା ଘଟି ଅନେକ ଲୋକ ଆହତ ହୋଇଥିଲେ | କାଟ୍ରା ହସ୍ପିଟାଲର ବିଆରଓ ଡ. ଗୋପାଳ ଦତ୍ତ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୧୨ ଜଣଙ୍କ ମୃତ୍ୟୁ ନେଇ ସୂଚନା ପାଇଛୁ। ସରକାରୀ ଆକଳନ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

ଡକ୍ଟର ଗୋପାଳ ଦତ୍ତ କହିଛନ୍ତି ଯେ ଆହତଙ୍କ ମୋଟ ସଂଖ୍ୟା ସମ୍ପର୍କରେ ସ୍ଥିତି ସ୍ପଷ୍ଟ ନୁହେଁ। ମୃତକଙ୍କ ପୋଷ୍ଟମର୍ଟମ କରାଯିବ। ଅନ୍ୟପକ୍ଷେ ନାରାୟଣ ଡାକ୍ତରଖାନାରେ ଆହତଙ୍କ ଚିକିତ୍ସା ଚାଲିଛି। ରାତି ପ୍ରାୟ ୨:୩୦ ସମୟରେ ଏହି ଘଟଣା ଘଟିଥିଲା ।

Comments are closed.