ମହିଳାଙ୍କ ପ୍ରତି ଅତ୍ୟାଚାରରେ ଉତ୍ତର ପ୍ରଦେଶ ନମ୍ବର ଓ୍ବାନ୍

ନୂଆଦିଲ୍ଲୀ: ଜାତୀୟ ମହିଳା କମିଶନ (ଏନସିଡବ୍ଲ୍ୟୁ) ଗତ ବର୍ଷ ଅର୍ଥାତ ୨୦୨୧ରେ ମହିଳାଙ୍କ ବିରୋଧରେ ହୋଇଥିବା ଅପରାଧର ୩୧,୦୦୦ ଅଭିଯୋଗ ଗ୍ରହଣ କରିଛି, ଯାହାକି ୨୦୧୪ ପରଠାରୁ ସର୍ବାଧିକ। ମହିଳାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଅଧାରୁ ଅଧିକ ଉତ୍ତର ପ୍ରଦେଶର। ୨୦୨୦ ତୁଳନାରେ ୨୦୨୧ରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ସମ୍ବନ୍ଧରେ ଅଭିଯୋଗରେ ୩୦% ବୃଦ୍ଧି ଘଟିଛି। ଜାତୀୟ ମହିଳା କମିଶନ ୨୦୨୦ରେ ୨୩,୭୨୨ ଅଭିଯୋଗ ଗ୍ରହଣ କରିଥିଲେ।

ଏନସିଡବ୍ଲ୍ୟ ତଥ୍ୟ ଅନୁଯାୟୀ, ୩୦,୮୬୪ ଅଭିଯୋଗ ମଧ୍ୟରୁ ସର୍ବାଧିକ ୧୧,୦୧୩ ଅଭିଯୋଗ ମହିଳାଙ୍କ ପ୍ରତି ହେଉଥିବା ଭାବଗତ ଅତ୍ୟାଚାର ସହ ଜଡିତ ଥିଲା। ଏହା ପରେ ପାରିବାରିକ ହିଂସା ଜନିତ ୬,୬୩୩ ଅଭିଯୋଗ ରୁଜୁ ହୋଇଥିବା ବେଳେ ଯୌତୁକ ନିର୍ଯାତନା ସମ୍ବନ୍ଧୀୟ ୪,୫୮୯ ଅଭିଯୋଗ ଥିଲା |

ଏନସିଡବ୍ଲ୍ୟ ତଥ୍ୟ ଅନୁଯାୟୀ, ସର୍ବାଧିକ ଜନବହୁଳ ରାଜ୍ୟ ଉତ୍ତର ପ୍ରଦେଶରେ ମହିଳାଙ୍କ ପ୍ରତି ଅତ୍ୟାଚାରର ସର୍ବାଧିକ ୧୫,୮୨୮ ଅଭିଯୋଗ ହୋଇଥିଲା। ଏହା ପରେ ଦିଲ୍ଲୀରେ ୩,୩୩୬, ମହାରାଷ୍ଟ୍ରରୁ ୧,୫୦୪ ଟି ଅଭିଯୋଗ ଆସିଥିଲା। ଅନ୍ୟପକ୍ଷରେ ହରିୟାଣାରେ ୧୪୬୦ ଏବଂ ବିହାରରେ

Comments are closed.