ବିଏମସିର ନିଷ୍ପତ୍ତି : କାଲିଠାରୁ ଭୁବନେଶ୍ୱର ଆସୁଥିବା ସବୁ ବିମାନ ଯାତ୍ରୀଙ୍କ ବାଧ୍ୟତାମୂଳକ ଆରଟିପିସିଆର୍ ଟେଷ୍ଟ

ଭୁବନେଶ୍ୱର- ଭୁବନେଶ୍ୱର ଆସୁଥିବା ସବୁ ବିମାନ ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ କରାଯିବ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲିଠାରୁ ସବୁ ଯାତ୍ରୀଙ୍କ ଆରଟିପିସିଆର୍ ଟେଷ୍ଟ ବାଧ୍ୟତାମୂଳକ । ଡବଲ ଡୋଜ୍ ଟିକା ନେଇଥିଲେ ବା ନେଗେଟିଭ ରିପୋର୍ଟ ଥିଲେ ବି ଯାତ୍ରୀଙ୍କର ଆରଟିପିସିଆର୍ ଟେଷ୍ଟ କରାଯିବ । ରିପୋର୍ଟ ଆସିବା ଯାଏଁ ଯାତ୍ରୀମାନେ ହୋମ ଆଇସୋଲେସନରେ ରହିବେ । ଯଦି ରିପୋର୍ଟ ପଜିଟିଭ ଆସେ, ତାହା ହେଲେ ପ୍ରୋଟକଲ ଅନୁସାରେ ପରବର୍ତ୍ତୀ ବ୍ୟବସ୍ଥା କରାଯିବ । ତେବେ ଭାୟା ଭୁବନେଶ୍ୱର ଦେଇ ଅନ୍ୟ ସହରକୁ ଯାଉଥିବା ବିମାନ ଯାତ୍ରୀଙ୍କ ଆରଟିପିସିଆର୍ ଟେଷ୍ଟ କରାଯିବ ନାହିଁ ।

Comments are closed.