ରାଜ୍ୟରେ ଆଉ ଦୁଇ ମାସ ରହିବ କୋରୋନାର ଉପରମୁହାଁ ଗତି : ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ କୋରୋନାର ତୃତୀୟ ଲହର ଯୋଗୁଁ ସଂକ୍ରମଣ ସଂଖ୍ୟା ବଢି ଚାଲିଛି । ଏଭଳି ଅବସ୍ଥା ଆହୁରି ଦୁଇମାସ ଲାଗି ରହିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଏଥିସହ ସେ କହିଛନ୍ତି ଯେ, ରାଜ୍ୟର ୪ରୁ ୫ଟି ଜିଲ୍ଲାରେ ଟିପିଆର୍ ବା ଟେଷ୍ଟ ପଜିଟିଭିଟ୍ ରେଟ୍ ଅଧିକ ରହିଛି । ଆଗକୁ ରୋଗୀ ସଂଖ୍ୟା ଦେଖି ହସପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ । କୋରୋନା ଆକ୍ରାନ୍ତଙ୍କଠାରେ ସାମାନ୍ୟ ଲକ୍ଷଣ ରହୁଛି । ତେବେ ମୃତ୍ୟୁ, ହସପିଟାଲାଇଜେସନ ଓ ଆଇସିୟୁ ଆବଶ୍ୟକତା କମ୍ ରହୁଛି ।

ରାଜ୍ୟରେ ଟିକାକରଣ ଜୋରଦାର ହୋଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ୫ଟି ଜିଲ୍ଲାରେ ଟିକାକରଣ ହାର କମ୍ ରହିଥିବା ନେଇ ସେ ସୂଚନା ଦେଇଛନ୍ତି ।

Comments are closed.