ପଞ୍ଜାବ ନିର୍ବାଚନ ଘୁଞ୍ଚାଇବାକୁ ପ୍ରମୁଖ ଦଳମାନଙ୍କ ଦାବି, ଆଜି ନିଷ୍ପତ୍ତି ନେବେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ପ୍ରମୁଖ ଦଳମାନେ ଦାବି କରିଛନ୍ତି । ଆଜି ଏହି ଦାବି ଉପରେ ନିର୍ବାଚନ ଆୟୋଗ ବିଚାର କରିବେ । ଫେବୃଆରୀ ୧୪ରେ ଗୋଟିଏ ପର୍ଯ୍ୟାୟରେ ପଞ୍ଜାବରେ ମତଦାନ ହେବ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଥିଲେ । ତେବେ ସନ୍ଥ ରବିଦାସ ଜୟନ୍ତୀ ଦୃଷ୍ଟିରୁ ବିଧାନସଭା ନିର୍ବାଚନ କିଛି ଦିନ ଘୁଞ୍ଚାଇବାକୁ କଂଗ୍ରେସ, ବିଜେପି ସହ ଅନ୍ୟ ଦଳମାନେ ଦାବି କରିଛନ୍ତି। ଚନ୍ନି ରବିଦାସ ଜୟନ୍ତୀ ପାଇଁ ମତଦାନକୁ ୬ ଦିନ ସ୍ଥଗିତ ରଖିବାକୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ନିର୍ବାଚନ ଆୟୋଗକୁ ଅନୁରୋଧ କରିଛନ୍ତି। ବିଜେପି ଏବଂ ବିଏସପି ସମେତ ଅନ୍ୟ ଦଳ ମଧ୍ୟ ସମାନ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ରବିଦାସ ଜୟନ୍ତୀ ପାଳନ କରିବାକୁ
ଲକ୍ଷ ଲକ୍ଷ ଭକ୍ତ ଉତ୍ତର ପ୍ରଦେଶର ବାରାଣାସୀକୁ ଯାଇଥାନ୍ତି । ଏହି କାରଣରୁ ସେମାନେ (ଭକ୍ତ) ଭୋଟ୍ ଦେଇପାରିବେ ନାହିଁ ବୋଲି ଦଳମାନେ ନିର୍ବାଚନ ଆୟୋଗ ନିକଟକୁ ପତ୍ରରେ କହିଛନ୍ତି । ଏହି ବର୍ଷ ଗୁରୁ ରବିଦାସଙ୍କ ଜନ୍ମ ବାର୍ଷିକୀ ୧୬ ଫେବୃଆରୀରେ ପଡୁଛି | ସରକାରୀ ସୂତ୍ରରୁ ପ୍ରକାଶ ଯେ ସୋମବାର ନିର୍ବାଚନ ଆୟୋଗ ଏହି ଦାବି ଉପରେ ଆଲୋଚନା କରିବେ। ଖବର ଅନୁଯାୟୀ, ଏହି ଅପରାହ୍ନ ସୁଦ୍ଧା ନିର୍ବାଚନ ଆୟୋଗର ଏ ସମ୍ପର୍କରେ କୌଣସି ଘୋଷଣା କରିପାରନ୍ତି ।

Comments are closed.