ଓଡିଆ ଝିଅ ବନିତାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର

ନବରଙ୍ଗପୁର- ନବରଙ୍ଗପୁର ଜିଲ୍ଲାର ବନିତା ଦାସ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇଛନ୍ତି । ଉମରକୋଟ ବାସିନ୍ଦା ବନିତାଙ୍କୁ ଜାତୀୟ ବାଳିକା ଦିବସ ଅବସରରେ ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲରେ ବନିତାଙ୍କ ସହ କଥା ହୋଇଛନ୍ତି । ପୁରସ୍କାର ସ୍ୱରୂପ ବନିତାଙ୍କୁ ୧ ଲକ୍ଷ ଟଙ୍କା ଓ ଇ-ପ୍ରମାଣପତ୍ର ପ୍ରଦାନ କରାଯାଇଛି । ମଧ୍ୟପ୍ରଦେଶ ଅମରକଂଟକ ଜବାହର ନବୋଦୟ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ ହେଉଛନ୍ତି ବନିତା ଦାସ । ତାଙ୍କ ପିତା ଜଣେ ଶିକ୍ଷକ । ଇନୋଭେସନ ଦିଗରେ ସଫଳତା ପାଇଁ ବନିତାଙ୍କୁ ମିଳିଛି ପୁରସ୍କାର ।

Comments are closed.