ମନ୍ତ୍ରୀ ବିଶ୍ବେଶ୍ବରଙ୍କ ପରେ ବିବାଦରେ ଜୁଏଲ, ନିଜର ସହକର୍ମୀ ମହିଳାଙ୍କୁ ଦୁର୍ବ୍ଯବହାର !

ସମବେଦନା ପରିବର୍ତ୍ତେ ପୀଡିତାଙ୍କ ବିରୋଧରେ ଦଳର ଏତଲା

ରାଉରକେଲା: ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବିବାଦରେ। ନିଜର ଦଳର ଜଣେ ମହିଳା କର୍ମୀ ତଥା ତାଙ୍କ ପ୍ରତିନିଧିଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରି ଜୁଏଲ ଅଡୁଆରେ ପଡିଯାଇଛନ୍ତି। ସେପଟେ, ସଂପୃକ୍ତ ମହିଳା ଫୋନରେ ଜୁଏଲଙ୍କୁ ଏହି ଅପମାନର ପ୍ରତିବାଦ କରିବା ସହିତ ରାଉରକେଲା ସହରର ସେକ୍ଟର-3 ସ୍ଥିତ ଦଳୀୟ କାର୍ଯ୍ୟ।ଳୟକୁ ଯାଇ ଭଙ୍ଗାରୁଜା କରିଥିବା ଜଣାପଡିଛି। ଅପରପକ୍ଷେ, ମହିଳା ଜଣଙ୍କୁ ଜୁଏଲ୍ ନିଶାସକ୍ତ ଅବସ୍ଥାରେ ଏଭଳି ଦୁର୍ବ୍ଯବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିବା ବେଳେ ଏହି କଥୋପକଥନର ଅଡିଓ ଭାଇରାଲ ହେବାରେ ଲାଗିଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ, ରାଉରକେଲା ସହରର ଜଗଦା ଅଞ୍ଚଳର ଜଣେ ମହିଳା ସାଂସଦ ଜୁଏଲଙ୍କ ପ୍ରତିନିଧି ଭାବେ ତଥା ଶ୍ରମ ବିଭାଗରେ ମଧ୍ୟ ନୋମିନି ଭାବେ କାମ କରି ଆସୁଥିଲେ। ଏହାଛଡା ସଂପୃକ୍ତ ମହିଳା ଦଳର ଜଣେ ଜଣା କାର୍ଯ୍ୟକର୍ତ୍ତ। ଭାବେ ପରିଚିତ। ତେବେ, ସେ ନୂଆଗାଁ ଏବଂ ବିଶ୍ରା ପଞ୍ଚାୟତରେ 2 ଜଣ ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ଛିଡା କରାଯାଇଥିବାରୁ ଏ ସଂକ୍ରାନ୍ତରେ କଥା ହେବା ପାଇଁ ଜୁଏଲଙ୍କୁ ଫୋନ୍ କରିଥିଲେ। ହେଲେ ଜୁଏଲ୍ ଏଥିରେ ଉତକ୍ଷୀପ୍ତ ହୋଇ ସଂପୃକ୍ତ ମହିଳାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଛି। ଏହାପରେ ମହିଳା ଜଣକ ପ୍ରତିକ୍ରିୟାଶୀଳ ହୋଇ ପୁଣି ଜୁଏଲଙ୍କୁ ଫୋନ୍ କରି କାନ୍ଦି କାନ୍ଦି ପ୍ରତିବାଦ କରିଥିଲେ। ଆଉ ଏହାର ପରିଣାମ ଭୟାବହ ହେବ ବୋଲି ଚେତାବନୀ ଦେଇଥିଲେ। ସେପଟେ ମାମଲାରୁ ରଫାଦଫା କରିବାକୁ ଜୁଏଲଙ୍କ ସମର୍ଥକ ଅନ୍ୟ ଜଣେ ମହିଳା ନେତ୍ରୀ ଅଭିଯୋଗକାରିଣୀ ମହିଳାଙ୍କୁ ଚାପ ପ୍ରୟୋଗ କରିଥିବା ବି ଅଭିଯୋଗ ହୋଇଛି। ଏପରିକି, ଜୁଏଲ ନିଶାରେ ଏଭଳି କହି ଦେଇଥିବା କଥା ବି ଅଡିଓରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ପୀଡିତା ମହିଳା ରାଉରକେଲା ସେକ୍ଟର-3 ସ୍ଥିତ ବିଜେପିର ଦଳୀୟ ଅଫିସକୁ ଯାଇ ଭଙ୍ଗାରୁଜା କରିଥିବା ନେଇ ଦଳ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଫଳରେ ମହିଳା କର୍ମୀଙ୍କୁ ଏଭଳି ସମୟରେ ସାନ୍ତ୍ବନା ଦେବା ପରିବର୍ତ୍ତେ ତାଙ୍କ ନାମରେ ଦଳ ମାମଲା ରୁଜୁ କରିବା ଘଟଣାକୁ ନେଇ ସବୁ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ଅପରପକ୍ଷେ, ବିଜେଡି ଏହାକୁ ଗୁରୁତର ସହ ନେଇ ସାଂସଦଙ୍କ ବିରୋଧରେ କାର୍ଯ୍ୟ।ନୁଷ୍ଠାନ ଦାବି କରିଛି। ତେବେ, ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ସମୟରେ ଜୁଏଲଙ୍କ ଏଭଳି ଆଚରଣକୁ ନେଇ ବିଜେପି ସାଂଘାତିକ ଅଡୁଆରେ ପଡିଯାଇଛି।

Comments are closed.