ବିଜେପି ଓ କଂଗ୍ରେସକୁ ଶକ୍ତ ଝଟକା: ଅମ୍ବାଭୋନା-୨ରୁ ବିଜେପି ଓ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପ୍ରତ୍ୟାହାର, ବିଜେଡି ପ୍ରାର୍ଥୀ ନିଦ୍ବର୍ନ୍ଦରେ ନିର୍ବାଚିତ ! ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା

ବରଗଡ଼ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଥିଲା ନାମାଙ୍କନ ପ୍ରତ୍ୟାହାରର ପ୍ରଥମ ଦିନ। ଆଉ ପ୍ରଥମ ଦିନରେ ହିଁ ବରଗଡ ଜିଲ୍ଲା ବିଜେପି ଏବଂ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି। କାରଣ, ଦଳୀୟ ଚିହ୍ନରେ ଛିଡା ହୋଇଥିବା ଅମ୍ବାଭୋନା ଜୋନ୍-2 ଆସନରୁ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ଆଜି ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ଫଳରେ ନିର୍ବାଚନ ମଇଦାନରେ କେବଳ ବିଜେଡି ପ୍ରାର୍ଥୀ ଏକାକୀ ଥିବାରୁ ସେ ନିଦ୍ବନ୍ଦ୍ର୍ବରେ ନିର୍ବାଚିତ ହେବା ଏକପ୍ରକାର ଥୟ ହୋଇସାରିଛି।

ଆଜି ନାମାଙ୍କନ ଦାଖଲର ପ୍ରଥମ ଦିନରେ ବରଗଡ଼ ଉପଖଣ୍ଡରୁ ଦୁଇଜଣ ଦଳୀୟ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିବା ଘଟଣା ଜିଲ୍ଲାର ରାଜନୀତିକୁ ସରଗରମ କରି ଦେଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟରେ ଆବେଦନ କରିଥିବା ବେଳେ ଅପରାହ୍ନ 3ଟା ପରେ ତାହା ଗୃହୀତ ହୋଇଯାଇଥିବା ନିର୍ବ।ଚନ ଅଧିକାରୀଙ୍କଠାରୁ ଜଣାପଡ଼ିଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟରୁ ପ୍ରାପ୍ତ ସୂଚନାମତେ, ଅମ୍ବାଭୋନା-2 ଆସନରୁ ଭାରତୀୟ ଜନତା ପାର୍ଟି(ବିଜେପି)ର ପ୍ରାର୍ଥୀ ବିନୋଦିନୀ ରାଏ, ଭାରତୀୟ ଜାତୀୟ କଂଗ୍ରେସ(ଆଇଏନସି)ର ପ୍ରାର୍ଥୀ ପଦ୍ମିନୀ ଭୂଏ ଏବଂ ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ କଳ୍ପନା ପ୍ରଧାନ ନାମାଙ୍କନ ଦାଖଲ କରିଥିବା ବେଳେ ଯାଞ୍ଚ ପରେ ସମସ୍ତଙ୍କ ପ୍ରାର୍ଥିତ୍ବ କାଏମ ରହିଥିଲା।

ହେଲେ ଆଜି ନାମାଙ୍କନ ପ୍ରତ୍ୟାହାରର ପ୍ରଥମ ଦିନରେ ବିଜେପି ପ୍ରାର୍ଥିନୀ ବିନୋଦିନୀ ରାୟ ଏବଂ କଂଗ୍ରେସ ପ୍ରାର୍ଥିନୀ ପଦ୍ମିନୀ ଭୁଏ ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟକୁ ଆସି ସେମାନଙ୍କ ପ୍ରାର୍ଥିତ୍ବ ପ୍ରତ୍ୟାହାର ପାଇଁ ଆବେଦନ କରିଥିଲେ। ଆଉ ଅପରାହ୍ନରେ ଏହି ଆବେଦନକୁ ଉପଜିଲ୍ଲାପାଳ ଶୁଭେନ୍ଦ୍ର କୁମାର ସାମଲ ଗ୍ରହଣ କରି ନେଇଛନ୍ତି। ଫଳରେ ବର୍ତ୍ତମାନ ମଇଦାନରେ କେବଳ ବିଜେଡି ପ୍ରାର୍ଥିନୀ କଳ୍ପନା ପ୍ରଧାନ ଏକାକୀ ରହିଯାଇଛନ୍ତି। ଯଦ୍ବାରା ସେ ନିଦ୍ବନ୍ଦ୍ର୍ବରେ ନିର୍ବାଚିତ ହୋଇସାରିଥିବା ବେଳେ କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି। ତେବେ, ପରାଜୟ ଭୟରେ ଦୁଇ ଜାତୀୟ ଦଳର ପ୍ରାର୍ଥୀ ଯୁଦ୍ଧ ପୂର୍ବରୁ ମଇଦାନ ଛାଡି ଚାଲି ଯାଇଥିବା ଆଲୋଚନା ହେଉଛି। ଏହାକୁ ନେଇ ଜିଲ୍ଲାର ରାଜନୀତି ସରଗରମ ହୋଇଉଠିଥିବା ବେଳେ ଉଭୟ ବିଜେପି ଏବଂ କଂଗ୍ରେସର ନେତୃବୃନ୍ଦ ସାଂଘାତିକ ଶରବ୍ୟର ଶିକାର ହୋଇଥିବା ଚର୍ଚ୍ଚ। ଆରମ୍ଭ ହେଲାଣି।

Comments are closed.