ଆଉ ୩-୪ ଦିନ ଶୀତରେ ଥରିବ ଓଡିଶା

ଭୁବନେଶ୍ୱର- ରାଜ୍ୟରେ ଆଜିଠାରୁ ପ୍ରବଳ ଥଣ୍ଡା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଆଜିଠାରୁ ୩୦ ତାରିଖ ଯାଏଁ ରାଜ୍ୟରେ ଶୀତ ଲହରୀ ଅନୁଭୂତ ହେବ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପାରଦ ୩ରୁ ୪ ଡିଗ୍ରୀ ହ୍ରାସ ପାଇବ । ଆଜିଠାରୁ ଆଭ୍ୟନ୍ତରୀଣ ଓଡିଶାରେ ଶୀତ ବଢିବା ସହ ପାହାଡିଆ ଅଂଚଳରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିପାରେ ବୋଲି ଆଂଚଳିତ ପାଣିପାଗ ବିଭାଗ କହିଛି । ବର୍ତ୍ତମାନ ସାରା ରାଜ୍ୟରେ ଶୁଖିଲା ପାଗ ରହିଥିବା ବେଳେ ଶୀତ ବଢିବ ବୋଲି ସୂଚନା ମିଳିଛି ।

Comments are closed.