ବିବାଦୀୟ ବୟାନ ପାଇଁ ଶ୍ୱେତା ତିୱାରୀଙ୍କ ବିରୋଧରେ ଏତଲା

ଭୋପାଳ: ବିଗ୍ ବସ୍ ସିଜନ୍-୪ ବିଜେତା ତଥା ଟେଲିଭିଜନ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଏକ ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଭୋପାଳରେ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ ଭଗବାନ ତାଙ୍କ ବ୍ରା’ର ମାପ ନେଉଛନ୍ତି | ଶ୍ୱେତାଙ୍ଗ ଏହି ବୟାନ ସମ୍ପର୍କରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ଡଃ. ନରୋତ୍ତମ ମିଶ୍ର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଭୋପାଳର ଶ୍ୟାମଲା ହିଲ୍ସ ପୋଲିସ ଷ୍ଟେସନରେ ଶ୍ୱେତା ତିୱାରୀଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି।

ଧାରା ୨୯୫-ଏ ଅନୁଯାୟୀ ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ଶ୍ୱେତା ତିୱାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଶ୍ୱେତା ତିୱାରୀ ସମସ୍ତ କଳାକାରଙ୍କ ସହ ଭୋପାଳକୁ ଯାଇ ଏକ ନୂଆ ୱେବ୍ ସିରିଜ୍ ସମ୍ପର୍କରେ ଘୋଷଣା କରିଥିଲେ । ଏହି ଅବସରରେ ସେ ଏହି ବିବାଦୀୟ ମନ୍ତବ୍ୟ ଦେଇଥିଲେ ।

ମିଡିଆ ବ୍ୟକ୍ତିବିଶେଷଙ୍କ ସହ ବାର୍ତ୍ତାଳାପ ସମୟରେ ଯେତେବେଳେ ସେ ଏହି ବୟାନ ଦେଇଥିଲେ, ସେତେବେଳେ ତାଙ୍କର ସାଥୀ ଅଭିନେତାମାନେ ମଧ୍ୟ ଉପସ୍ଥିତ ଥିଲେ | ଅଭିନେତ୍ରୀଙ୍କ ଏହି ବୟାନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ସେ ତାଙ୍କ ଅନ୍ତଃ ବସ୍ତ୍ର ବିଷୟରେ କଥାବାର୍ତ୍ତା କରୁଥିବା ସମୟରେ ଭଗବାନଙ୍କୁ ଏଥିରେ ଯୋଡିଥିଲେ । ଶ୍ୱେତା ତିୱାରୀ କହିଥିଲେ, ‘ଭଗବାନ ମୋ ବ୍ରା’ ର ମାପ ନେଉଛନ୍ତି।’

ଶ୍ୱେତା ତିୱାରୀଙ୍କ ବିବାଦୀୟ ବୟାନ ସମ୍ପର୍କରେ ରାଜ୍ୟ ଗୃହମନ୍ତ୍ରୀ ଡ. ମିଶ୍ର କହିଛନ୍ତି ଯେ ସେ ଏହି ବୟାନ ଶୁଣିଛନ୍ତି ଏବଂ ଦେଖିଛନ୍ତି। ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଏହି ବୟାନ ନିନ୍ଦନୀୟ। ଏହି ଘଟଣାର ଯାଞ୍ଚ କରି ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଭୋପାଳ ପୋଲିସ କମିଶନର ମାକ୍ରାନ୍ଦ ଦେଓସ୍କରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଚିନ୍ତା କରାଯିବ ବୋଲି ମିଶ୍ର କହିଛନ୍ତି ।

Comments are closed.