ପ୍ରମିଳା ମଲ୍ଲିକଙ୍କ ଦୃଢୋକ୍ତି : ୮ ଶହରୁ ଅଧିକ ଜିଲ୍ଲା ପରିଷଦରେ ଜିତିବ ବିଜେଡି, କଂଗ୍ରେସ ହରାଇବ ଅସ୍ତିତ୍ୱ, ସ୍ୱାଧୀନଙ୍କୁ ମିଳିବ ନାହିଁ ଭୋଟ୍‌

ଭୁବନେଶ୍ୱର- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ଏଥର ମଧ୍ୟ ବିଜେଡି ନିଜର ନିର୍ବାଚନୀ ସମ୍ଭାବନାକୁ ନେଇ ଆଶାବାଦୀ । ଏଥର ବିଜେଡି ୮ ଶହରୁ ଅଧିକ ଜିଲ୍ଲା ପରିଷଦ ଆସନରେ ବିଜୟୀ ହେବ ବୋଲି ଦଳର ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଏଥର ନିର୍ବାଚନରେ କଂଗ୍ରେସ ଅସ୍ତିତ୍ୱ ହରାଇବ । କାରଣ କଂଗ୍ରେସର ଭୋଟ୍ ବିଜେପି କ୍ୟାମ୍ପରେ ଅଛି । କିନ୍ତୁ ଏହାର ପ୍ରଭାବ ବିଜେଡି ଉପରେ ପଡିବ ନାହିଁ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି ।

ଶାସକ ଦଳ ଉପସଭାନେତ୍ରୀ କହିଛନ୍ତି ଯେ, ବିଦ୍ରୋହୀ ପ୍ରାର୍ଥୀ ବିପଦ ସାଜିବେ ବୋଲି ଯେଉଁ ଚର୍ଚ୍ଚା ହେଉଛି, ତାହା ହେବ ନାହିଁ । ଲୋକେ ଶଙ୍ଖ ଚିହ୍ନରେ ମୋହର ମାରି ବିଜେଡିକୁ ହିଁ ଜୟଯୁକ୍ତ କରାଇବେ । ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍ ମିଳିବ ନାହିଁ । ଲୋକେ ଏନେଇ ସଚେତନ ଅଛନ୍ତି ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି । ଆଶୟୀ ଅନେକ ଥିଲେ ମଧ୍ୟ ସମସ୍ତଙ୍କୁ ପ୍ରାର୍ଥୀ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି ।

Comments are closed.