ମହାରାଷ୍ଟ୍ର: ୧୨ ବିଜେପି ବିଧାୟକଙ୍କୁ ବର୍ଷେ ପର୍ଯ୍ୟନ୍ତ ନିଲମ୍ବିତ କରିବା ନିଷ୍ପତ୍ତିକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିଜେପିର ୧୨ ଜଣ ବିଧାୟକଙ୍କୁ ବର୍ଷକ ପାଇଁ ନିଲମ୍ବନ ମାମଲାରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କୁ ସୁପ୍ରିମକୋର୍ଟ ଆଜି ରଦ୍ଦ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଜୁଲାଇ ୨୦୨୧ରେ ଅନୁଷ୍ଠିତ ବିଧାନସଭା ଅଧିବେଶନରୁ ଅବଶିଷ୍ଟ ଅବଧି ପର୍ଯ୍ୟନ୍ତ ବିଜେପି ବିଧାୟକଙ୍କୁ ନିଲମ୍ବନ କରିବା ପ୍ରସ୍ତାବ ଅସାମ୍ବିଧାନିକ ଏବଂ ଅଯୌକ୍ତିକ ଅଟେ। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ‘ସତ୍ୟମେବ ଜୟତେ’ ବୋଲି ଟ୍ବିଟ୍ କରିଛନ୍ତି।

ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ଆମର ୧୨ ଜଣ ବିଧାୟକଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିବାର ଐତିହାସିକ ନିଷ୍ପତ୍ତି ପାଇଁ ଆମେ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ସ୍ୱାଗତ କରୁଛୁ ଏବଂ ଧନ୍ୟବାଦ ଦେଉଛୁ। ଆମେ ଆରମ୍ଭରୁ କହିଥିଲୁ ଯେ ଆମର ବିଧାୟକମାନଙ୍କୁ ଏତେ ଦିନ ପର୍ଯ୍ୟନ୍ତ ନିଲମ୍ବନ କରିବା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଏବଂ କ୍ଷମତାର ଅପବ୍ୟବହାର। ସେ କହିଛନ୍ତି ଏହା ପ୍ରଶ୍ନଟି କେବଳ ୧୨ ଜଣ ବିଧାୟକଙ୍କ ପ୍ରଶ୍ନ ନୁହେଁ, ବରଂ ଏହି ୧୨ଟି ନିର୍ବାଚନମଣ୍ଡଳୀର ୫୦ ଲକ୍ଷରୁ ଅଧିକ ନାଗରିକଙ୍କ ପ୍ରଶ୍ନ।

ବିଜେପିର ଯେଉଁ ୧୨ ଜଣ ବିଧାୟକ ନିଲମ୍ବିତ ହୋଇଥିଲେ ସେମାନେ ହେଲେ ସଞ୍ଜୟ କୁଟେ, ଆଶିଷ ଶେଲାର, ଅଭିମନ୍ୟୁ ପାୱାର, ଗିରିଶ ମହାଜନ, ଅତୁଲ ଭଟଖାଲକର, ପାରାଗ ଅଲୱାନି, ହରିଶ ପିମ୍ପଲ, ଯୋଗେଶ ସାଗର, ଜୟ କୁମାର ରାୱତ, ନାରାୟଣ କୁଚେ, ରାମ ସତପୁତେ ଏବଂ ବଣ୍ଟି ଭଙ୍ଗଡିଆ। ଏହି ବିଧାୟକମାନେ ବିଧାନସଭା ବାଚସ୍ପତିଙ୍କ ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ରାଜ୍ୟ ସରକାର ଅଭିଯୋଗ କରିଥିଲେ ଯେ, ଜୁଲାଇ ୫, ୨୦୨୧ରେ କାମଚଳା ବାଚସ୍ପତି ଭାସ୍କର ଯାଦବଙ୍କୁ ଏହି ୧୨ ଜଣ ବିଧାୟକଙ୍କ ଦ୍ୱାରା ବାଚସ୍ପତିଙ୍କ ଚାମ୍ବରରେ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ବିଧାୟକମାନଙ୍କୁ ନିଲମ୍ବନ କରିବା ପ୍ରସ୍ତାବ ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନିଲ ପରବଙ୍କ ଦ୍ବାରା ଆଗତ
ହୋଇଥିଲା ଏବଂ ଏହା ବାଚନିକ ଭୋଟ୍ ଦ୍ବାରା ପାରିତ ହୋଇଥିଲା ।

Comments are closed.