ଓଡିଶାର ପ୍ରଥମ ଆଂଟିଜେନ୍ ଟେଷ୍ଟ କିଟ୍‌କୁ ଆଇସିଏମଆରର ଅନୁମତି, ଦୁଇ ମାସ ମଧ୍ୟରେ ବଜାରରେ ମିଳିବ

ଭୁବନେଶ୍ୱର- ଓଡିଶାର ପ୍ରଥମ ଆଂଟିଜେନ୍ ଟେଷ୍ଟ କିଟ୍‌କୁ ଅନୁମତି ଦେଇଛି ଆଇସିଏମଆର୍ । ମେକ୍ ଇନ୍ ଓଡିଶାର ରାପିଡ୍ ଆଂଟିଜେନ୍ କିଟ୍ -ଆଏମସିଓଭି-ଏଜିର ବ୍ୟବହାର ପାଇଁ ଆଇସିଏମଆର୍ ଅନୁମତି ଦେଇଛି । ଭୁବନେଶ୍ୱର ଆରଏମଆରସି ଓ ଇମଜେନେକ୍ସ ଇଣ୍ଡିଆର ମିଳିତ ଉଦ୍ୟମରେ ଏହି କିଟ୍ ପ୍ରସ୍ତୁତ ହୋଇଛି । ଆସନ୍ତା ୨ ମାସ ମଧରେ ଏହି କିଟ୍ ବଜାରରେ ଉପଲବ୍ଧ ହେବ । କିଟକୁ ଗତକାଲି ଆଇସିଏମଆର ଅନୁମତି ଦେଇଥିବା କହିଲେ ଆରଏମଆରସି ନିର୍ଦ୍ଦେଶିକା ।

Comments are closed.