ନିଷିଦ୍ଧାଞ୍ଚଳରେ ମାଛ ମାରୁଥିବା ୪ ଟ୍ରଲର ଜବତ,୩୦ ଅଟକ

କୋଣାର୍କ -ପୁରୀ ଜିଲ୍ଲା ଅସ୍ତରଙ୍ଗ ସମୁଦ୍ରର ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ମାରୁଥିବା ୪ଟି ଟ୍ରଲରକୁ ଜବତ କରାଯାଇଛି ।ଏଥିସହ ୩୦ ଜଣଙ୍କୁ ଅଟକ ରଖାଯାଇଛି । ଜବତ ଟ୍ରଲରଗୁଡିକୁ ଅସ୍ତରଙ୍ଗ ନୂଆଗଡ ଜେଟିକୁ ଅଣାଯିବା ପରେ କାଗଜପତ୍ର ଯାଂଚ ଚାଲିଛି । ମତ୍ସ୍ୟ ବିଭାଗ ଉପନିର୍ଦ୍ଦେଶକ ବସନ୍ତ ଦାସଙ୍କ ନେତୃତ୍ୱରେ ବନ ବିଭାଗ ଓ କୋଷ୍ଟଗାର୍ଡ ପକ୍ଷରୁ ମିଳିତ ଚଢାଉ କରାଯାଇ ଟ୍ରଲରଗୁଡିକୁ ଜବତ କରାଯାଇଥିଲା ।

ସମୁଦ୍ର କୂଳରୁ ୫ କିଲୋମିଟର ଓ ଦେବୀ ମୁହାଣରୁ ୧୦ କିଲୋମିଟର ମଧ୍ୟରେ ଯନ୍ତ୍ରଚାଳିତ ଡଙ୍ଗାରେ ମାଛ ମାରିବା ଉପରେ କଟକଣା ଜାରି କରାଯାଇଛି ।

Comments are closed.