ଆଜି କୃଷକ ପାଳୁଛନ୍ତି ‘ବିଶ୍ବାସଘାତକତା ଦିବସ’, କେନ୍ଦ୍ର ପ୍ରତିଶ୍ରୁତି ପୂରଣ କରିନଥିବା ଅଭିଯୋଗ କଲେ ଟିକାୟତ

ନୋଏଡା: କୃଷକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି କେନ୍ଦ୍ର ପୂରଣ କରିନଥିବା ଅଭିଯୋଗ କରି ଭାରତୀୟ କିସାନ ୟୁନିଅନ (ବିକେୟୁ) ପକ୍ଷରୁ ଆଜି ବିଶ୍ବାସଘାତକତା ଦିବସ ପାଳନ କରାଯାଉଛି। ବିକେୟୁର ଜଣେ ଜାତୀୟ ମୁଖପାତ୍ର ରବିବାର ଦାବି କହିଥିଲେ ଯେ ଡିସେମ୍ବର ୯ରେ ସରକାର ଦେଇଥିବା ପ୍ରତିଶ୍ରୁତି ପତ୍ର ଆଧାରରେ ଦିଲ୍ଲୀର ସୀମାରେ ଏକ ବର୍ଷ ଧରି ଚାଲିଥିବା ଆନ୍ଦୋଳନକୁ ବନ୍ଦ କରିଦିଆଯାଇଥିଲା, କିନ୍ତୁ ପ୍ରତିଶ୍ରୁତି ପୂରଣ ହୋଇନାହିଁ।

ବିକେୟୁ ନେତା ରାକେଶ ଟିକାୟତ ଏକ ଟୁଇଟ୍ ଜରିଆରେ କହିଛନ୍ତି ଯେ ସରକାରଙ୍କ କୃଷକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି । ଏହା ବିରୋଧରେ ଜାନୁଆରୀ ୩୧ରେ ଦେଶବ୍ୟାପୀ ‘ବିଶ୍ୱାସଘାତକତା ଦିବସ’ ପାଳନ କରାଯିବ। ସରକାରଙ୍କ ଡିସେମ୍ବର ୯ର ଯେଉଁ ଚିଠି ଆଧାରରେ ଆନ୍ଦୋଳନ ସ୍ଥଗିତ ରଖାଯାଇଥିଲା, ସରକାର ସେଥିମଧ୍ୟରୁ କୌଣସି ବି ପ୍ରତିଶ୍ରୁତି ପୂରଣ କରିନାହାଁନ୍ତି।

କେନ୍ଦ୍ରର ବିଜେପି ନେତୃତ୍ବାଧୀନ ସରକାର ଆଣିଥିବା ତିନୋଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ନଭେମ୍ବର ୨୦୨୦ରୁ ସଂଯୁକ୍ତ କିସାନ ମୋର୍ଚ୍ଚା ବ୍ୟାନର ଅଧୀନରେ କୃଷକମାନେ ଦିଲ୍ଲୀ ସୀମାରେ ପ୍ରାୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ର ଆଇନଗତ ଗ୍ୟାରେଣ୍ଟି ସମେତ ଅନ୍ୟାନ୍ୟ ଦାବି ନେଇ ଚାଷୀମାନେ ସିଙ୍ଗୁ, ଟିକ୍ରି ଏବଂ ଗାଜିପୁର ସୀମାରେ ଏକ ବର୍ଷରୁ ଅଧିକ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନଭେମ୍ବର ୨୦୨୧ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିବା ପରେ ଡିସେମ୍ବର ମାସରେ କୃଷକମାନେ ଆନ୍ଦୋଳନ ଶେଷ କରିଥିଲେ।

Comments are closed.