ରାଜ୍ୟରେ ଆଉ ୩ ହଜାର ୮୬ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩ ହଜାର ୮୬ କୋରୋନା ଆକ୍ରାନ୍ତ। ସଙ୍ଗରୋଧରୁ ୧ ହଜାର ୭୯୭ ଓ ସ୍ଥାନୀୟ ଅଞ୍ଚଳରୁ ୧ ହଜାର ୨୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୪୫୪ ଜଣ ହେଉଛନ୍ତି ଶିଶୁ ଓ କିଶୋର।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୫୨, କଟକରୁ ୩୨୫, ସୁନ୍ଦରଗଡରୁ ୨୧୬, ଯାଜପୁରରୁ ୧୪୯, ନୟାଗଡରୁ ୧୧୦, ମୟୂରଭଞ୍ଜରୁ ୧୦୯, ନୂଆପଡାରୁ ୧୦୬, ନବରଙ୍ଗପୁରରୁ ୮୪, ଅନୁଗୁଳରୁ ୮୨, କଳାହାଣ୍ଡିରୁ ୭୭, ଭଦ୍ରକରୁ ୭୭, ବାଲେଶ୍ୱରରୁ ୭୬, ବଲାଙ୍ଗିରରୁ ୭୬, ସମ୍ବଲପୁରରୁ ୭୫, ଜଗତସିଂହପୁରରୁ ୭୪, ଢେଙ୍କାନାଳରୁ ୭୧, ଦେବଗଡରୁ ୬୯, ଝାରସୁଗୁଡାରୁ ୬୯, ଗଜପତିରୁ ୬୩, କେନ୍ଦ୍ରାପଡାରୁ ୪୯, ଗଞ୍ଜାମରୁ ୪୬, କୋରାପୁଟରୁ ୪୪, ପୁରୀରୁ ୪୨, ରାୟଗଡାରୁ ୪୦, କେନ୍ଦୁଝରରୁ ୩୯, ସୋନପୁରରୁ ୩୫, କନ୍ଧମାଳରୁ ୨୪, ବୌଦ୍ଧରୁ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲରୁ ୧୨୫ଟି ମାମଲା ଆସିଛି।
ରାଜ୍ୟରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୨ ହଜାର ୯୮ ରହିଛି।

Comments are closed.