ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ପହଂଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ନୟାଗଡ – ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ ଜିଲ୍ଲାରୁ ଶ୍ରୀକ୍ଷେତ୍ରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ । ନୟାଗଡ ଦଶପଲ୍ଲା ସ୍ଥିତ ମହାବୀର ପୀଠରେ ପୂଜାର୍ଚ୍ଚନା ପରେ ୬୩ ଖଣ୍ଡ ରଥକାଠ ପୁରୀ ଅଭିମୁଖେ ବାହାରିଥିଲା । ପ୍ରଥମ ପର୍ଯ୍ୟାୟରେ ନୟାଗଡ ଜିଲ୍ଲା ବନଖଣ୍ଡ ବିଭାଗ ୩୬ ଖଣ୍ଡ ଅସନ ଓ ୨୯ ଖଣ୍ଡ ଧଉରା କାଠ ପଠାଇଛି । ବନଖଣ୍ଡର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ଦଶପଲ୍ଲା ବାସିନ୍ଦାଙ୍କ ଉପସ୍ଥିତିରେ କାଠଖଣ୍ଡଗୁଡିକର ପୂଜାର୍ଚ୍ଚନା କରାଯାଇଥିଲା । ବଳକା ରଥକାଠ ପର୍ଯ୍ୟାୟ କ୍ରମେ ପଠାଯିବ ।

Comments are closed.