ଆସନ୍ତା ୭ରୁ ରାଜ୍ୟରେ ଖୋଲିବ ସ୍କୁଲକଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର –ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଆସନ୍ତା ୭ ତାରିଖରୁ ପୁଣି ଖୋଲିବ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରା ଆଜି କୋଭିଡ ପ୍ରେସମିଟରେ ଏହା ଘୋଷଣା କରିଛନ୍ତି । ଓମିକ୍ରନ ଓ କୋରୋନାର ତୃତୀୟ ଲହରକୁ ଦେଖି ଜାନୁଆରୀ ପ୍ରଥମ ସପ୍ତାହରୁ ସ୍କୁଲ କଲେଜରେ ପାଠପଢା ବନ୍ଦ ରହିଥିଲା । ଏବେ ତୃତୀୟ ଲହରରେ ସଂକ୍ରମଣ ହ୍ରାସ ପାଇଛି । ଏ ଦୃଷ୍ଟିରୁ ସ୍କୁଲ ଓ କଲେଜ ଖୋଲିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଥିଲା । ଆସନ୍ତା ମାସ ୭ ତାରିଖରୁ ଅଷ୍ଟମ ଶ୍ରେଣୀରୁ ଉପର ସବୁ ଶ୍ରେଣୀ ସ୍କୁଲ ଖୋଲିବ । ଫେବ୍ରୁଆରୀ ୧୪ରୁ କେଜିରୁ ଆରମ୍ଭ କରି ସପ୍ତମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବେ । କୋଭିଡ କଟକଣା ମଧ୍ୟରେ କ୍ଲାସ ଚାଲିବ । ପିଲାମାନେ ତାହିଁଲେ ଉଭୟ ଅଫଲାଇନ ବା ଅନଲାଇନ କ୍ଲାସ କରିପାରିବେ । ସବୁ ହଷ୍ଟେଲ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

Comments are closed.