ନିଟ୍-ପିଜି ପରୀକ୍ଷା ୬ରୁ ୮ ସପ୍ତାହ ସ୍ଥଗିତ

ନୂଆଦିଲ୍ଲୀ: ନିଟ୍-ପିଜି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି | ପରୀକ୍ଷାକୁ ୬ରୁ ୮ ସପ୍ତାହ ସ୍ଥଗିତ ରଖାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ପରୀକ୍ଷା ମାର୍ଚ୍ଚ ୧୨ରେ ହେବାର ଥିଲା ।

ଆଜି ମଧ୍ୟ ନିଟ୍-ପିଜି ପରୀକ୍ଷା ସମ୍ବନ୍ଧରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥାନ୍ତା। ଅନେକ ଛାତ୍ରଛାତ୍ରୀଙ୍କ ପକ୍ଷରୁ ନିଟ୍ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ୍ ସୂର୍ଯ୍ୟ କାନ୍ତଙ୍କ ଏକ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଥାନ୍ତେ । ଆବେଦନକାରୀମାନେ ସେମାନଙ୍କ ଆବେଦନରେ ମେଡିକାଲ ଇଣ୍ଟର୍ନସିପ ବିଷୟରେ ଉଲ୍ଲେଖ କରିଥିଲେ। ଅନେକ ଛାତ୍ର ସେମାନଙ୍କ ଇଣ୍ଟର୍ନସିପ୍ ସାରିନାହାଁନ୍ତି | ଏକାସାଙ୍ଗରେ ଦୁଇଟି ବ୍ୟାଚକୁ କିପରି ସବୁ ସିଟ୍ ଉପଲବ୍ଧ କରାଯାଇ ପାରିବ ବୋଲି ସେମାନେ ପ୍ରଶ୍ନ କରିଥିଲେ | ସେଥିପାଇଁ ୧୨ ମାର୍ଚ୍ଚରେ ପରୀକ୍ଷାକୁ ସ୍ଥଗିତ ରଖିବାକୁ ସେମାନେ ଦାବି କରିଥିଲେ ।

ରେସିଡେଣ୍ଟ ଡାକ୍ତରଙ୍କ ଦୀର୍ଘ ସମୟଧରି ଆନ୍ଦୋଳନ ପରେ ନିଟ୍ ପିଜି ପାଇଁ କାଉନସେଲିଂ ଆରମ୍ଭ ହୋଇଥିଲା | ଏହି କାଉନସେଲିଂ ଗତ ବର୍ଷର ଛାତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା, ଯାହାକୁ ବାରମ୍ବାର ସ୍ଥଗିତ ରଖାଯାଇଥିଲା | ଏହି କାରଣରୁ ରେସିଡେଣ୍ଟ ଡାକ୍ତରମାନେ ଅନେକ ଦିନ ଧରି ଆନ୍ଦୋଳନ କରିଥିଲେ।

Comments are closed.