ଶ୍ରୀପଞ୍ଚମୀରେ ଆଜି ଶ୍ରୀକ୍ଷେତ୍ରରେ ହେବ ରଥକାଠ ଅନୁକୂଳ

ପୁରୀ- ଆଜି ପବିତ୍ର ଶ୍ରୀପଞ୍ଚମୀ ଅବସରରେ ପୁରୀରେ ରଥକାଠ ଅନୁକୂଳ କରାଯିବ । ରଥକାଠ ଅନୁକୂଳ ସହ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଆରମ୍ଭ ହେବ । ଆଜି ସଂଧ୍ୟାରେ ରଥଖଳାରେ ଶ୍ରେୀାତ୍ରୀୟ ବ୍ରାହ୍ମଣ ଓ ରାଜଗୁରୁ ରଥକାଠର ପୂଜାର୍ଚ୍ଚନା କରିବେ । ଅକ୍ଷୟ ତୃତୀୟା ଦିନ ରଥନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ । ଏହି ମାସ ୨ ତାରିଖରେ ନୟାଗଡ ଜିଲ୍ଲାରୁ ପ୍ରଥମ ପର୍ଯ୍ୟାୟ ରଥକାଠ ଶ୍ରୀକ୍ଷେତ୍ରରେ ପହଂଚିଥିଲା । ୬୩ ଖଣ୍ଡ ରଥକାଠରୁ ୩୬ଟି ଅସନ ଓ ୨୯ଟି ଧଉରା କାଠ ରହିଛି ।

Comments are closed.