ରାହୁଲଙ୍କ ଘୋଷଣା, ଚନ୍ନି ହେବେ ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଚଣ୍ଡିଗଡ଼: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଲୁଧିଆନାରେ ଏକ ରାଲିରେ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ ପଞ୍ଜାବରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ହିଁ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ହେବେ। ରାହୁଲ କହିଛନ୍ତି ଯେ ଏହା ମୋର ନୁହେଁ ବରଂ ପଞ୍ଜାବର ଲୋକଙ୍କ ନିଷ୍ପତ୍ତି। ରାହୁଲ କହିଛନ୍ତି, ଚାନ୍ନି ଏକ ଗରିବ ପରିବାରର ପୁଅ। ପଞ୍ଜାବର‌ ଲୋକ ଏପରି ଜଣେ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଯିଏ କି ଗରିବଙ୍କ ଦୁଃଖ ବୁଝିପାରିବ ।

ରାହୁଲଙ୍କ ଘୋଷଣା ବେଳେ ରାଜ୍ୟ କଂଗ୍ରେସର ସଭାପତି ନବଜୋତ ସିଂ ସିଦ୍ଧୁ ମଧ୍ୟ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମନୋନୀତ ହୋଇଥିବାରୁ ସେ ଚନ୍ନିଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଏହାପୂର୍ବରୁ ରାହୁଲ ଗାନ୍ଧୀ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି, ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ସିଦ୍ଧୁ, ପୂର୍ବତନ ପିପିସିସି ମୁଖ୍ୟ ସୁନୀଲ ଜାଖର ଏବଂ ଏଚଆଇସିସିର ସାଧାରଣ ସମ୍ପାଦକ କେ.ସି ଭେଣୁଗୋପାଲଙ୍କ ସହ ଲୁଧିଆନାରେ ଏକ ରୁଦ୍ଧଦ୍ବାର ବୈଠକ କରିଥିଲେ ଳ। ପଞ୍ଜାବରେ ଗୋଟିଏ ପର୍ଯ୍ୟାୟରେ ଫେବୃଆରୀ ୨୦ରେ ବିଧାନସଭା ନିର୍ବାଚନ ହେବ।

Comments are closed.