ରାଜ୍ୟରେ ଆଜିଠୁ ଖୋଲିଲା ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର – ରାଜ୍ୟରେ ଆଜିଠାରୁ ପୁଣି ଖୋଲିଛି ଉଚ୍ଚ ଶିକ୍ଷାନୁଷ୍ଠାନ । ଅଷ୍ଟମ ଶ୍ରେଣୀରୁ ପିଜି ଛାତ୍ରଛାତ୍ରୀଙ୍କ ଅଫଲାଇନ ପାଠପଢା ଆରମ୍ଭ ହୋଇଛି । କୋରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଜାନୁଆରୀ ୧୦ରୁ ବନ୍ଦ ରହିଥିଲା ଶିକ୍ଷାନୁଷ୍ଠାନ । କୋରୋନା କଟକଣା ମଧ୍ୟରେ ଆଜିଠାରୁ ଅଷ୍ଟମ ଶ୍ରେଣୀରୁ ଅଫଲାଇନ ପାଠପଢା ଆରମ୍ଭ ହେବ । ଆସନ୍ତା ୧୪ ତାରିଖରୁ ନର୍ସରୀରୁ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଅଫଲାଇନ ପାଠପଢା ଆରମ୍ଭ ହେବ ।

Comments are closed.