ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ -ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ବନକଲାଗି ନୀତି ହେବ । ମଧ୍ୟାହ୍ନ ଧୂପ ସରିବା ପରେ ବନକ ଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କ ବନକ ଲାଗି ନୀତି କରିବେ । ବନକଲାଗି ଏକ ଗୁପ୍ତ ଓ ସ୍ୱତନ୍ତ୍ର ନୀତି ହୋଇଥିବାରୁ ଆଜି ସଂଧ୍ୟା ୫ଟାରୁ ରାତି ୯ଟା ଯାଏଁ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ ।

Comments are closed.