‘ଦେଶ ଗୃହଯୁଦ୍ଧ ଆଡ଼କୁ ମୁହାଁଉଛି..’, ହିଜାବ ବିବାଦକୁ ନେଇ ଲାଲୁଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: କର୍ଣ୍ଣାଟକର ହିଜାବ ବିବାଦକୁ ନେଇ ଏବେ ସାରା ଦେଶରେ ଉତ୍ତେଜନା ଦେଖାଦେଇଛି। ପାଞ୍ଚ ରାଜ୍ୟରେ ନିର୍ବାଚନ ମଧ୍ୟରେ ଏହି ବିବାଦ ଉଗ୍ରରୂପ ନେଇଛି | ଆଜି କ୍ରମାଗତ ଦ୍ୱିତୀୟ ଦିନ କର୍ଣ୍ଣାଟକ ହାଇକୋର୍ଟରେ ହିଜାବ ବିବାଦର ଶୁଣାଣି ହେଉଛି। ଏହି ବିବାଦକୁ ନେଇ ବିରୋଧୀ ଦଳ ବିଜେପିକୁ ଟାର୍ଗେଟ କରିଛନ୍ତି । କାରଣ କର୍ଣ୍ଣାଟକରେ ବିଜେପିର ସରକାର ଅଛି । ଆଜି ଏହି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ମଧ୍ୟ ବିଜେପିକୁ ଦାୟୀ କରିଛନ୍ତି । ଲାଲୁ କହିଛନ୍ତି କର୍ଣ୍ଣାଟକ ହିଜାବ ବିବାଦକୁ ସାମ୍ପ୍ରଦାୟିକ ରୂପ ଦେବାକୁ ଉଦ୍ୟମ ହେଉଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ସ୍ଥିତି ଏପରି ହେଲାଣି ଯେ ଦେଶ ଗୃହଯୁଦ୍ଧ ଆଡ଼କୁ ମୁହାଁଉଛି। ଉଲ୍ଲେଖଯୋଗ୍ୟ, ହିଜାବ ବିବାଦ ବଢୁଥିବାରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ତିନି ଦିନ ପାଇଁ ରାଜ୍ୟର ସବୁ ସ୍କୁଲ ଓ କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.