ରାଜ୍ୟର ୧୧୦ ପୌରାଂଚଳରେ ହେବ ନିର୍ବାଚନ

ଭୁବନେଶ୍ୱର-ଆଗାମୀ ପୌର ନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଭୋଟର ତାଲିକା ସଂଶୋଧନ ଓ ପୌର ନିର୍ବାଚନ ପ୍ରସ୍ତୁତି ସଂପର୍କରେ ଆଲୋଚନା ହୋଇଛି । ବୈଠକ ପରେ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ଯେ, ପୌରାଧ୍ୟକ୍ଷ ଓ ମେୟର ସିଧାସଳଖ ଭାବେ ନିର୍ବାଚିତ ହେବେ ବୋଲି ରାଜନୈତିକ ଦଳଗୁଡିକୁ ଅବଗତ କରାଯାଇଛି । କାଉନସିଲର ଓ କର୍ପୋରେଟର ନିର୍ବାଚନ ପାଇଁ ଭୋଟ ଗ୍ରହଣ ଇଭିଏମ ମାଧ୍ୟମରେ ହେବ । ରାଜ୍ୟର ୧୧୦ଟି ପୌରାଚଂଳରେ ନିର୍ବାଚନ ହେବ ।

Comments are closed.