ଭାଇରସ ଥିବା ଯାଏଁ ପ୍ରଜାତି ବଦଳିବ : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- କୋଭିଡର ଆଉ ଏକ ନୂଆ ଭାରିଆଂଟ ଚର୍ଚ୍ଚା ମଧ୍ୟରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଏ ସଂପର୍କରେ ଏବେଠାରୁ କିଛି କହିହେବ ନାହିଁ । ବର୍ତ୍ତମାନ ସମୟରେ ବିଭିନ୍ନ ଭାରିଆଂଟ୍ ଚିହ୍ନଟ ହେବେ । ଭାଇରସ ଥିବା ଯାଏଁ ପ୍ରଜାତି ବଦଳିବ । ତେବେ, ନୂଆ ଭାରିଆଂଟ୍ ଅଧିକ ଘାତକ ହେବ କି ନାହିଁ , ସେ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଖରେ ବି ସୂଚନା ନାହିଁ ବୋଲି ସେ କହିଛନ୍ତି ।

ନାଜାଲ ଡ୍ରପ୍ ସଂପର୍କରେ ସେ କହିଛନ୍ତି ଯେ, ଏହା କାମ କରୁଛି ବୋଲି ସାଇଣ୍ଟିଫିକ୍ ତଥ୍ୟ କହୁଛି । ଗାଇଡଲାଇନ ଆସିଲେ ହିଁ ଯାହା କାର୍ଯ୍ୟ କରିବା କଥା କରାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Comments are closed.