୧୨ ଚୋରି ବାଇକ୍ ଉଦ୍ଧାର , ୪ କୋର୍ଟ ଚାଲାଣ

ସୁବର୍ଣ୍ଣପୁର ଜିଲ୍ଲା ତରଭା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୨ଟି ଚୋରି ବାଇକ୍ ଉଦ୍ଧାର କରିବା ସହ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ତରଙ୍ଗା ବ୍ଲକ ଟିକେଡା ଗ୍ରାମର ଅଜୟ କୁଶଲ ( ୨୧ ) , କୟାପଦର କମସରାର ଡାକ୍ତର ଓରଫ ସଦାନନ୍ଦ ରଣା ( ୩୨ କମସରା ଗ୍ରାମର ଅଗଲ ବିଭାଗ ( ୨୩ ) ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଳକ ଗରଡାମୁଣ୍ଡା ଗ୍ରାମର ରାହୁଲ ଓରଫ ନୀଳକଣ୍ଠ ନନ୍ଦ ( ୨୮ ଗିରଫ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଏସ୍‌ପି ସୀତାରମ ଶତପଥୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ , ଗତ ୨ତାରିଖ ସନ୍ଧ୍ୟାରେ ଶିବତୁଲା ଗ୍ରାମର କ୍ଷମାନିଧ୍ଵ କଣ୍ଠ ତରଭା ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ନିଜ ବାଇକ୍ ଓଡି ୦୩ ଏ ୮୪୭୪ ) କୁ ରଖି କୌଣସି କାର୍ଯ୍ୟରେ ଭିତରକୁ ଯାଇଥିଲେ । କାମସାରି ଆସିବା ବେକୁ ସେଠାରେ ତାଙ୍କ ବାଇକ ନଥିବା ସେ ଦେଖିଥିଲେ । ପରେ ଏନେଇ ସେ ତରଭା ଥାନାରେ ଲିଖିତି ଅଭିଯୋଗ କରିଥିଲେ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ବାଇକ୍‌କୁ ଉକ୍ତ ଚାରି ଅଭିଯୁକ୍ତ ଅଜୟ , ଡାକ୍ତର ଅନୀଲ ଓ ରାହୁଲ ଚୋରି କରିଥିବା ପୁଲିସ ଜାଣିବାକୁ ପାଇଥିଲା । ପରେ ଏହି ବାଇକ୍‌କୁ ଜବତ କରିବାକୁ ପୁଲିସ ଚଢ଼ଉ କଲାବେଳେ ସେମାନଙ୍କ ଠାରୁ ଆଉ ୧୧ଟି ଚୋରି ବାଇକ୍ ମଧ୍ୟ ଜବତ କରିଥିଲା । ଉଦ୍ଧାର ବାଇକ୍ ନଂ ( ଓଡି ୦୩ ଏ ୮୪୭୪ ) , ( ଓଡି ୧୫ ଏଲ ୪୮୬୬ ) , ( ଓଡି ୧୫ ଟି ୪୪୦୬ ) , ( ଓଡି ୧୫ ଏମ ୭୬୭୫ ) , ( ଓଡି ୩୧ ଏଚ ୦୩୪୦ ) , ( ଜେଏଚ ୦୯ ଡବ୍ଲ୍ୟୁ ୭୭୬୩ ) , ଓଡି ୧୭ଏ ୭୨୮୩ ) , ( ଓଡି ୧୭ କ୍ୟୁ ୦୬୮୮ ) , ( ଓଡି ୧୭ ଡବ୍ଲ୍ୟୁ ୮୨୪୧ ) , ଓଡି ୦୩ ଡି ୯୪୨୭ ) , ( ଓଡି ୦୩ ୨୮୫୪ ) ଏବଂ ( ଓଡି ୦୩ ସି ୫୮୪୨ ) ର ସୁବକଙ୍କ ବୋଲି ଜଣାପଡ଼ିଛି । ଅନ୍ୟପକ୍ଷେ ଘଟଣାର ପ୍ରକୃତ ରହସ୍ୟ ଜାଣିବାକୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି ଏସ୍‌ପି ଶ୍ରୀ ଶତପଥୀ ସାମ୍ବାଦିକ ସମ୍ମିଳନାରେ ସୂଚନା ଦେଇଛନ୍ତି ।

ଏସ୍‌ଡିପିଓ ପୁଷ୍ପାଞ୍ଜଳି ନିଙ୍ଗି ଓ ତରଭା ଆଇଆଇସି ସୁବ୍ରତ କୁମାର ପାଣିଗ୍ରାହୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଚଢ଼ଉର ନେତୃତ୍ବ ଏସିଆଇ ଯଜାତି କେଶରୀ ସାହୁ ନେଇଥିଲେ । ଏଥିରେ ଏଏସଆଇ ନିମାଇଁ ଚରଣ ବାରିକ , ହାବିଲ୍‌ଦାଗ ବୃନ୍ଦାବନ ପଞ୍ଚବିହାର , କନେଷ୍ଟବଲ ଯୁବରାଜ ଦୋରା , ବିଜୟ ସାହୁ ଓ ଅମର ନାଏକ ପ୍ରମୁଖ ଶ୍ରୀ ସାହୁଙ୍କୁ ସହଯୋଗ କରିଥିଲେ ।

Comments are closed.