ଜଙ୍ଗଲ ଅଗ୍ନିକାଣ୍ଡକୁ ନେଇ ଉଦବେଗ, ବୌଦ୍ଧ ବନଖଣ୍ଡର ଆଗୁଆ ପଦକ୍ଷେପ

ବୌଦ୍ଧ:  ଜିଲ୍ଲାରେ ଜଙ୍ଗଲ ସୁରକ୍ଷାକୁ ନେଇ ବୌଦ୍ଧ ବନଖଣ୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ନିଆଁର ଆଁରୁ ଜଙ୍ଗଲକୁ ସୁରକ୍ଷିତ କରିବା ପାଇଁ ଜରୁରୀ ବୈଠକରେ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଛି । ଜଙ୍ଗଲରେ ଫାୟାର ଲାଇନ କଟାଯିବା ସହ ବନ୍ୟଜନ୍ତୁଙ୍କ ପାଇଁ ଜଳ ସଂରକ୍ଷଣ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି । ବନାଗ୍ନି ସମୟରେ ଜଙ୍ଗଲ ବିଭାଗ ସ୍ଥାନୀୟ ବନ ସୁରକ୍ଷା ସମିତି ଓ ସ୍ଥାନୀୟ ପଞ୍ଚାୟତର ସହାୟତା ନେବ ବୋଲି ସୂଚନା ମିଳିଛି । ଏହି ବୈଠକରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ପିଡି ଓ ସମସ୍ତ ସହଯୋଗୀ ବିଭାଗର ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ ।

ଗତବର୍ଷ ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ପାଞ୍ଚଟି ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ପ୍ରାୟ 15ଶହ ସ୍ଥାନରେ ବନାଗ୍ନି ଯୋଗୁଁ ବ୍ୟାପକ କ୍ଷୟ କ୍ଷତି ଘଟିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଚଳିତ ବର୍ଷ ମଧ୍ୟ ଖରାଦିନ ଆରମ୍ଭ ନହେଉଣୁ ଦୁଇଟି ଜଙ୍ଗଲରେ ନିଆଁଲାଗି ସାରିଲାଣି । ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

Comments are closed.