ନିର୍ବାଚନ ପ୍ରଚାର କଟକଣା କୋହଳ, ନୂଆ ନିୟମ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ନିର୍ବାଚନ ଆୟୋଗ ନୂଆ ନିୟମ ଜାରି କରିଛନ୍ତି। କୋଭିଡ -୧୯ କାରଣରୁ ଲାଗୁ କରାଯାଇଥିବା କଟକଣା କୋହଳ କରାଯାଇଛି । ଏଣିକି ସୀମିତ ସଂଖ୍ୟକ ଲୋକଙ୍କ ସହ ପଦଯାତ୍ରାକୁ ଅନୁମତି ଦିଆଯାଇଛି| ଏହା ସହିତ, ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ଅବଧି ମଧ୍ୟ କୋହଳ କରାଯାଇଛି | ଆୟୋଗଙ୍କ ନୂଆ ଗାଇଡଲାଇନ୍ ଅନୁଯାୟୀ, ନିର୍ବାଚନ ପ୍ରଚାର ସକାଳ ୮ ଟାରୁ ରାତି ୮ଟା ପରିବର୍ତ୍ତେ ସକାଳ ୬ ରୁ ରାତି ୧୦ ଟା ମଧ୍ୟରେ କରାଯାଇପାରିବ।

ଜାନୁଆରୀ ୮ରେ ନିର୍ବାଚନ ଆୟୋଗ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଏବଂ ମଣିପୁର ପାଇଁ ମତଦାନ କାର୍ଯ୍ୟସୂଚୀ ଘୋଷଣା ବେଳେ କୋଭିଡ୍-୧୯ ମାମଲାର ସଂଖ୍ୟାକୁ ଦୃଷ୍ଟିରେ ରଖି ପ୍ରତ୍ୟକ୍ଷ ସମାବେଶ, ରୋଡ୍ ସୋ ଏବଂ ପଦଯାତ୍ରା ଉପରେ କଟକଣା ଲଗାଇଥିଲେ। ଆୟୋଗ ସମୟ ସମୟରେ କରୋନା ସ୍ଥିତି ସମୀକ୍ଷା କରିବା ସହ କିଛି ରିହାତି ପ୍ରଦାନ କରୁଛନ୍ତି।

Comments are closed.