ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଚିକିତ୍ସାଳୟ ପହଞ୍ଚାଇ ପୁରସ୍କୃତ ହେଲେ ସ୍ବେଛାସେବୀ

ବରଗଡ଼: ଦୁର୍ଘଟଣା ଜନିତ ବ୍ୟକ୍ତିଙ୍କୁ ଚିକିତ୍ସାଳୟ ପହଞ୍ଚାଇ ଗୂଡ଼ ସମରୀଟିଏନ ପୁରସ୍କାର ପାଇଲେ ଦୁଇ ଯୁବକ । ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଆଜି ଦୁଇ ଜଣ ଯୁବକଙ୍କୁ ଗୁଡ଼ ସାମରୀଟିଏନ ପୁରସ୍କାର ପ୍ରଦାନ କରାଯାଇଛି । ସଡକ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତି ଙ୍କୁ ଆପତ୍ତକାଳୀନ ସେବା ପ୍ରଦାନ କରିଥିବାରୁ ଉତ୍ତମ ସାହାଯ୍ୟକାରୀ ବ୍ୟକ୍ତି ହିସାବରେ ବରଗଡ଼ ସଂକଲ୍ପ ପରିବାରର ସଂଯୋଜକ ଶ୍ରୀମାନ ବିକାଶ ଅଗ୍ରୱାଲ ଓ ଅମ୍ବାଭୋନା ଗ୍ରାମର ଶ୍ରୀମାନ ଅଭୟ କୁମାର ପଣ୍ଡା ଙ୍କୁ ଆଜି ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳ ମନୀଷା ବାନାର୍ଜୀ, ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାହୁଲ ଜୈନ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ମାନସ ରଞ୍ଜନ ସାହୁଙ୍କ ଉପସ୍ଥିତିରେ ପ୍ରସଂଶା ପତ୍ର ସହ ପ୍ରସାହନ ରାଶି ପ୍ରଦାନ କରିଛନ୍ତି ।

Comments are closed.