କରୋନା ଅପଡେଟ୍: ମନ୍ଥର ପଡ଼ିଲା ତୃତୀୟ ଲହର ଗତି, ଦିନକରେ ଆଉ ୩୪,୧୧୩ ନୂଆ ମାମଲା

ନୂଆଦିଲ୍ଲୀ:ଦେଶରେ କରୋନା ତୃତୀୟ ଲହର ଗତି ବର୍ତ୍ତମାନ କ୍ରମାଗତ ଭାବରେ ମନ୍ଥର ପଡ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ମାତ୍ର ୩୪,୧୧୩ ନୂଆ ମାମଲା ଆସିଛି। ଦିନକରେ ଏହି ରୋଗରେ ୩୪୬ ଜଣ ପ୍ରାଣ ହରାଇଛନ୍ତି । ଏହାପୂର୍ବରୁ ରବିବାର ୪୪,୮୭୭ ନୂଆ କରୋନା ଆସିବା ପରେ ମୋଟ ମାମଲା ୪ କୋଟି ୨୬ ଲକ୍ଷ ୩୧ ହଜାର ୪୨୧ କୁ ବୃଦ୍ଧି ପାଇଛି। ମହାମାରୀ ଯୋଗୁଁ ୫,୦୯,୦୧୧କୁ ବୃଦ୍ଧି ପାଇଛି।

ଭାରତରେ ପ୍ରାୟ ୪୦ ଦିନ ପରେ କୋଭିଡ -୧୯ ର ଦୈନିକ ମାମଲା ୫୦,୦୦୦ରୁ ତଳକୁ ଖସିଛି। ଜାନୁଆରୀ ୪ରେ ଦେଶରେ ୩୭ ହଜାର ୩୭୯ ମାମଲା ରିପୋର୍ଟ ହୋଇଥିଲା। ଭାରତରେ କ୍ରମାଗତ ସପ୍ତମ ଦିନ ପାଇଁ ଦୈନିକ ସଂକ୍ରମଣ ଏକ ଲକ୍ଷରୁ କମ୍ ରିପୋର୍ଟ ହୋଇଛି । ସମ୍ପ୍ରତି ଦେଶରେ ୫,୩୭,୦୪୫ ସକ୍ରିୟ ରୋଗୀ ଅଛନ୍ତି। ଯାହା ସମୁଦାୟ ସଂକ୍ରମଣର ୧.୨୬ ପ୍ରତିଶତ। ଦେଶରେ ରୋଗୀମାନଙ୍କର ସୁସ୍ଥତା ହାର ୯୭.୫୫ ପ୍ରତିଶତ ।

Comments are closed.