କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୩୦,୬୧୫ ନୂଆ ଆକ୍ରାନ୍ତ ଚିହ୍ନଟ, ୫୧୪ ମୃତ

ନୂଆଦିଲ୍ଲୀ: ଆଜି ଦେଶରେ କରୋନା ମାମଲା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦,୬୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୫୧୪ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ୨୭,୪୦୯ ମାମଲା ପଞ୍ଜିକୃତ ହୋଇଥିଲା। ଅର୍ଥାତ୍ ଗତକାଲି ତୁଳନାରେ ଆଜି ମାମଲା ବୃଦ୍ଧି ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୩ ଲକ୍ଷ ୭ ହଜାର ୨୪୦ କୁ ହ୍ରାସ ପାଇଛି। ଏଥି ସହିତ, ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷ ୯ ହଜାର ୮୭୨ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ୪ କୋଟି ୧୮ ଲକ୍ଷ ୪୩ ହଜାର ୪୪୬ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ପ୍ରାୟ ୧୭୩ କୋଟି ଡୋଜ୍ ଟିକା ଦିଆଯାଇଛି। ଗତକାଲି ୪୧ ଲକ୍ଷ ୫୪ ହଜାର ୪୭୬ ଡୋଜ ଦିଆଯାଇଥିଲା, ଯାହା ପରେ ଏପର୍ଯ୍ୟନ୍ତ ମୋଟ ୧୭୩ କୋଟି ୮୬ ଲକ୍ଷ ୮୧ ହଜାର ୪୭୬ ଡୋଜ ଟିକା ଦିଆଯାଇଛି।

Comments are closed.